ବୌଦ୍ଧ: ବଢୁଛି ଚାଷୀ ଦୁଃଖ । ବୌଦ୍ଧ ଜିଲ୍ଲାରେ ସରିଲା ଧାନକ୍ରୟ ଟାର୍ଗେଟ । ହେଲେ ବିଭିନ୍ନ ସ୍ଥାନରେ ଚାଷୀ ଧାନ ବିକ୍ରି କରିପାରି ନଥିବା ଅଭିଯୋଗ ହୋଇଛି । ବିଭିନ୍ନ ମଣ୍ଡିରେ ପଡିରହିଛି ଶହଶହ ଚାଷୀଙ୍କ ଧାନ । ଟୋକନ ପାଇବା ସତ୍ତ୍ୱେ ଧାନବିକ୍ରି ନହୋଇ ପାରିବାରୁ ଶତାଧିକ ଚାଷୀ ରାତିରେ ଗୁହାରି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାତିରେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି ପାଇଁ ପହଞ୍ଚି ଥିଲେ ଶତାଧିକ ଚାଷୀ । ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଯୋଗାଣ ବିଭାଗ 16 ଲକ୍ଷ 40 ହଜାର କ୍ଵିଣ୍ଟାଲର ଲକ୍ଷ୍ୟ ରଖିଥିଲା । ତେବେ ଚଳିତ ବର୍ଷ ଏହି ଟାର୍ଗେଟ ଠାରୁ ଅଧିକ ଧାନ ସଂଗ୍ରହ ହୋଇଥିଲେ ମଧ୍ୟ ଜିଲ୍ଲାର ଅଧିକାଂଶ ମଣ୍ଡିରେ ଚାଷୀର ଧାନକ୍ରୟ ହୋଇପାରି ନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ରାମଗଡ, ପୁରୁଣା କଟକ,ତେଲିବନ୍ଧ ବଘିଆପଡା, ମୁଣ୍ଡାପଡା, ମନମୁଣ୍ଡା, ବିଳାସପୁର,କଣ୍ଟାମାଳ ଭଳି ଅନେକ ଧାନ ମଣ୍ଡି ରେ ଶହ ଶହ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ପଡିରହିଛି । ରବିବାର ମୁଣ୍ଡାପଡା ସମବାୟ ସମିତି ଅନ୍ତର୍ଗତ ଦଶରୁ ଉର୍ଦ୍ଧ୍ବ ଗ୍ରାମର ଶତାଧିକ ଚାଷୀଙ୍କ ଧାନ ଟୋକନର ଟାର୍ଗେଟ ସରିଯିବାରୁ ସେମାନେ ରାତିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖୀନ ଗୁହାରି ପାଇଁ ଦୀର୍ଘ ସମୟରେ ଧରି ଅନ୍ଧାରରେ ଜଗି ରହିଥିଲେ ।