ଓଡିଶା

odisha

ETV Bharat / state

ନିମ୍ନମାନର ଜଳସେଚନ ପ୍ରକଳ୍ପ ନିର୍ମାଣ, ପ୍ରଶ୍ନ ଉଠାଇଲେ ଚାଷୀ - construction of irrigation projects

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରକଳ୍ପର ମାନ ଓ ନିର୍ମାଣ ଶୈଳୀ ଠିକ୍‌ ହେଉନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ।

ନିମ୍ନମାନର ହୋଇଛି ଜଳସେଚ ପ୍ରକଳ୍ପ ନିର୍ମାଣ, ପ୍ରଶ୍ନ ଉଠାଇଲେ ଚାଷୀ
ନିମ୍ନମାନର ହୋଇଛି ଜଳସେଚ ପ୍ରକଳ୍ପ ନିର୍ମାଣ, ପ୍ରଶ୍ନ ଉଠାଇଲେ ଚାଷୀ

By

Published : Aug 10, 2020, 10:11 AM IST

Updated : Aug 10, 2020, 11:03 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଛି ଜଳ ସେଚନ ପ୍ରକଳ୍ପ । ହେଲେ କେତେକ ସ୍ଥାନରେ ଏସବୁ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଜିଲ୍ଲାର ଲମ୍ବସରୀ ଓ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ଚନ୍ଦ୍ରପୁର ନିକଟରେ ନିର୍ମିତ ପ୍ରକଳ୍ପ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ନିମ୍ନମାନର ହୋଇଛି ଜଳସେଚ ପ୍ରକଳ୍ପ ନିର୍ମାଣ, ପ୍ରଶ୍ନ ଉଠାଇଲେ ଚାଷୀ

ଏପରିକି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇ ପ୍ରକଳ୍ପରେ ଚାଷ ସମୟରେ ପାଣି ରହୁନାହିଁ । ଫଳରେ ଏଭଳି ପ୍ରକଳ୍ପ କାହା ସ୍ବାର୍ଥରେ ନିର୍ମାଣ ହୋଇଛି ବୋଲି ପ୍ରଶ୍ନ ଉଠିଛି । ପ୍ରକଳ୍ପ ସ୍ଥାନରେ କୌଣସି ସୂଚନାଫଳକ ଦିଆଯାଇନଥିବାରୁ ଏହି କାର୍ଯ୍ୟ କିଏ ଓ କେତେ ଟଙ୍କାରେ କରିଛି ତାହା ଜଣାପଡୁନାହିଁ ।

ସେହିପରି ସେପଟେ ଚନ୍ଦ୍ରପୁର ପ୍ରକଳ୍ପର ନିର୍ମାଣକାର୍ଯ୍ୟ ରାତି ଅଧିଆ କରି ଠିକାଦାର ଫେରାର ଥିବାରୁ ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସୂଚନାଥାଉକି, ଏହି ପ୍ରକଳ୍ପ ଗୁଡିକ ସାଧାରଣତଃ ଜଳ ସେଚନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ପଞ୍ଚାୟତ ସମିତି ଭଳି ବିଭାଗ ଅଧିନରେ ନିର୍ମାଣ କରାଯାଇଥାଏ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Aug 10, 2020, 11:03 AM IST

ABOUT THE AUTHOR

...view details