ବୌଦ୍ଧ:ୟୁରିଆ ସାରର କଳାବଜାରକୁ ନେଇ ଧାରଣାରେ ବସିଲେ ଚାଷୀ । ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ସତ୍ତ୍ବେ କୃଷି ବିଭାଗ ଓ ଏଆରସିଏସଙ୍କ ଅପାରଗତା ଯୋଗୁଁ ଚାଷୀ ଅଭାବୀ ବିକ୍ରି ଓ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ବୌଦ୍ଧର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାରୀ ନେଇ ଜିଲ୍ଲାପାଳ ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । 6 ଜଣ ସାର ଡିଲରଙ୍କ ଲାଇସେନ୍ସ ଋଦ୍ଦ କରିବା ସହ ପାଞ୍ଚ ଜଣ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ ସହ ଜଣକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । କିନ୍ତୁ ପୂର୍ବ ଭଳି ୟୁରିଆ ବସ୍ତା ପିଛା ପାଞ୍ଚ ଶହରୁ ସାତ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ହେଉଥିବା ବେଳେ ଖଟଖଟିଆ ଠାରେ ଦୁଇ ଦିନ ଧରି ରାଜରାସ୍ତାକୁ ଚାଷୀ ଓହ୍ଲାଇ ଥିଲେ । ମୁଣ୍ଡିପଦର ପ୍ୟାକ୍ସ ସମ୍ପାଦକ ନିଲମ୍ବିତ ହୋଇଛନ୍ତି ।