ବୌଦ୍ଧ:ପଶ୍ଚିମ ଓଡ଼ିଶାର କୃଷି ପ୍ରଧାନ ଜିଲ୍ଲାରେ ଜଳସେଚନର ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ମଧ୍ୟ ତାର ବିନିଯୋଗ ହୋଇପାରୁନଥିବା ହୋଇଛି ଅଭିଯୋଗ । 20 ବର୍ଷ ହେଲାଣି ଜଳସେଚନ ପାଇଁ ନିର୍ମାଣ ହୋଇଥିବା ବ୍ୟାରେଜର ଦକ୍ଷିଣ ପାର୍ଶ୍ଵ କେନାଲ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ ।
ଜିଲ୍ଲାରେ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ଖଡଙ୍ଗ, ବାଘନଦୀ ଭଳି ଅନେକ ନଦୀନାଳ ପ୍ରବାହିତ ହେଉଛି । ବାଘନଦୀ ଉପରେ ଶଗଡା ଠାରେ ପ୍ରାୟ କୋଡିଏ ବର୍ଷରୁ ଊର୍ଦ୍ଧ୍ବ ସମୟ ପୂର୍ବରୁ ଜଳସେଚନ ପାଇଁ ଏକ ବ୍ୟାରେଜର ନିର୍ମାଣ ହୋଇଥିଲା । ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ଵରୁ ଜଳସେଚନ ପାଇଁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ଯାଏଁ ଦକ୍ଷିଣ ପାର୍ଶ୍ଵରେ କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ ।