ବୌଦ୍ଧ: ଧାନକ୍ରୟ ସମସ୍ୟାକୁ ନେଇ ଉତ୍ତ୍ୟକ୍ତ ଚାଷୀଙ୍କ ରାସ୍ତାରୋକ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରୁ ଧାନ ବିକ୍ରି ହୋଇନପାରି ପଡି ରହିଛି । ଫଳରେ ଧାନ ନ ଉଠିବାରୁ ଶନିବାର ବାଧ୍ୟ ହୋଇ ବୌଦ୍ଧ ଜିଲ୍ଲାର ମଥୁରା ସେବା ସମବାୟ ସମିତିର ଚାଷୀମାନେ 57 ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ତେବେ ଦୀର୍ଘ ସମୟ ଧରି ରାସ୍ତାର ଧାନବସ୍ତା ରଖି ପ୍ରତିବାଦ ଜଣାଇଥିବା ବେଳେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ।
ଉଠୁନି ଧାନ, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ - ଉଠୁନି ଧାନ
ଉଠୁନି ଧାନ । ଧାନବସ୍ତା ରଖି ରାସ୍ତାରୋକ କଲେ ଚାଷୀ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ କୋରୋନା କଟକଣାକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ...
ଉଠୁନି ଧାନ, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ
ଅନ୍ୟପଟେ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି ହୋଇଛି । ଯେଉଁଥିରେ ଗୋଟିଏ ସ୍ଥାନରେ 5 ଜଣ ରହିବେ ନାହିଁ । ତେବେ ଏଭଳି ସ୍ଥଳରେ ଗୋଷ୍ଠୀ ହୋଇ ଧାରଣ ଦେବା ଜିଲ୍ଲା ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ, ପ୍ରତିବାଦର କିଛି ସମୟ ପରେ ପୋଲିସ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ
Last Updated : Mar 21, 2020, 11:10 AM IST