ଓଡିଶା

odisha

ETV Bharat / state

କମ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ, ଚିନ୍ତାରେ ଚାଷୀ - boudha farming news

ଶ୍ରାବଣ ମାସରେ ଚୈତ୍ର ମାସର ଅନୁଭବ । ବର୍ଷା ଉଭାନ ହୋଇଯାଇଥିବା ବେଳେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ...

ବର୍ଷା କମ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ, ଚିନ୍ତାରେ ଚାଷୀ
ବର୍ଷା କମ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ, ଚିନ୍ତାରେ ଚାଷୀ

By

Published : Aug 1, 2020, 3:01 PM IST

ବୌଦ୍ଧ: ସରିବାକୁ ବସିଲାଣି ଶ୍ରାବଣ ମାସ । ହେଲେ ବର୍ଷାର ଦେଖା ନାହିଁ । ଫଳରେ ଚାଷ ଜମି ଫାଟି ସବୁ ଆଁ କଲାଣି। ଚୈତ୍ରମାସ ଭଳି ଡହଡହ ଖରାରେ ଅତିଷ୍ଠ ହେଲେଣି ସାଧାରଣ ଲୋକ।

ଜମିକୁ ବର୍ଷା ପାଣି କିମ୍ବା କେନାଲ ପାଣି ଆସୁ ନଥିବାରୁ ଚିନ୍ତାରେ ଚାଷୀ । ଆଉ ଯେଉଁ ଚାଷୀ ତଳି ପକାଇଛି ତାହା ମଧ୍ୟ ଏବେ ପାଚି ଗଣ୍ଠି ଛାଡିବାକୁ ବସିଲାଣି । ଫଳରେ ଚାଷୀ ଏବେ ଆକାଶ ମୁହାଁ ହୋଇ ବର୍ଷା ଅପେକ୍ଷାରେ ରହିଛି । ଖୋଦ କୃଷି ଅଧିକାରୀ ଜିଲ୍ଲାରେ ଚଳିତ ମାସରେ ସ୍ବଳ୍ପ ବୃଷ୍ଟିପାତକୁ ସ୍ବୀକାର କରିଥିବା ବେଳେ ଲକଡାଉନ ଓ ସଟଡାଉନ ମଧ୍ୟରେ ପେଶି ହେଉଛି ଚାଷୀ ।

ବର୍ଷା କମ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ, ଚିନ୍ତାରେ ଚାଷୀ

ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ସହରାଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ ଯୋଗୁଁ ତତଲା କଡେଇରେ ଭାଜି ହେଉଛି ବୌଦ୍ଧ ସହର। ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମେ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଯିବାକୁ ସ୍ଥିର କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details