ବୌଦ୍ଧ: ଧାନମଣ୍ଡିରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରୁନି। କିଛି ବଡ ବଡିଆ ଲୋକ ଓ ଦଲାଲଙ୍କ ଦାଦାଗିରି ବଳି ପଡୁଛି ଚାଷୀଙ୍କ ସ୍ବପ୍ନ। ମଣ୍ଡିରେ ଧାନ ବିକ୍ରି କରିବାକୁ ଅପେକ୍ଷା କରି ରହିଛି ଚାଷୀ। ଖରା ବର୍ଷା ଶୀତରେ ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷା କରି ଅନେକ ଚାଷୀ ଅସୁସ୍ଥ ହୋଇ ପଡିଛନ୍ତି।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନକିଣାରେ ସମସ୍ୟା ଲାଗି ରହିଛି। ଜିଲ୍ଲାର ଶଙ୍କୁଳେଇ ଧାନ ମଣ୍ଡିରେ ଟୋକନ ପାଇବା ପରେ ଗତ ଏକ ତାରିଖରୁ ଧାନ ଆଣି ଜଗି ରହିଥିବା ଚାଷୀଙ୍କ ଧାନକ୍ରୟ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଶୀତ କାକରରେ ଚାଷୀ ଜଣଙ୍କ ମଣ୍ଡି ଆଗରେ ଧାନକୁ ରଖି ବିକ୍ରି ଆଶାରେ ଜଗି ରହିଛନ୍ତି। ବ୍ଲକ ଯୋଗାଣ ଅଧିକାରୀଙ୍କ ପ୍ରତିଶ୍ରୁତି ଦେବା ପରେ ବି ମଣ୍ଡିରୁ ଧାନ ଉଠୁନି।