ବୌଦ୍ଧ: ୟୁରିଆ ସାରର ବ୍ୟାପକ କଳାବଜାରକୁ ନେଇ ଏଆରସିଏସ ଓ କୃଷି ଅଧିକାରୀଙ୍କ ଭୁମିକା ନେଇ ଅସନ୍ତୋଷ ଚାଷୀ । ବୁଧବାର ଦିନ ତମାମ କୃଷି କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ କୃଷି ଅଧିକାରୀ ସାର ଯୋଗାଣରେ ଏଆରସିଏସଙ୍କ ଭୂମିକା ଆଡକୁ ଆଙ୍ଗୁଠି ଉଠାଇଛନ୍ତି ।
ୟୁରିଆ ସାରର କଳାବଜାର ବିରୁଦ୍ଧରେ ବୁଧବାର ପୁଣି ତାତିଲେ ବୌଦ୍ଧ ଜିଲ୍ଲାର ଚାଷୀ । ବୁଧବାର ବାମଣ୍ଡା ପଞ୍ଚାୟତର ତିନି ଚାରି ଖଣ୍ଡ ଗ୍ରାମର ଅସନ୍ତୋଷ ଚାଷୀ ୟୁରିଆ ସାରର କଳାବଜାର ପାଇଁ ଏଆରସିଏସ ଓ କୃଷି ଅଧିକାରୀଙ୍କୁ ଦାୟୀ କରି କୃଷି କାର୍ଯ୍ୟାଳୟରେ ତାଲା ପକାଇ ଦିନ ତମାମ ବିଭାଗୀୟ କର୍ମଚାରୀଙ୍କୁ ଏକ ପ୍ରକାର ବନ୍ଦୀ କରି ରଖିଥିଲେ । ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ।