ବୌଦ୍ଧ:ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀକୂଳ । ବିଲ ଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ଏବେ ଧାନ ସଂଗ୍ରହ ଚାଲିଥିବା ବେଳେ ହଠାତ ଅଳ୍ପ ସମୟର ବର୍ଷା ଚାଷୀଙ୍କ ଚିନ୍ତା ବଢାଇଦେଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ଆତଙ୍କିତ ଚାଷୀ କୂଳ ।
ଶୁକ୍ରବାର ଅପରାହ୍ନରେ ବୌଦ୍ଧ ବ୍ଲକ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ହଠାତ ବର୍ଷା ଆରମ୍ଭ ହୋଇ ଯିବାରୁ ଚାଷୀ ଯେଉଁଠୁ ଯାହା ପାଇଲା ଧାନକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା । ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ଧାନଚାଷ ଅତ୍ୟନ୍ତ ଉତ୍ସାହଜନକ ଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି ।