ବୌଦ୍ଧ: ଧାନମଣ୍ଡିକୁ କବଜା କରି ରଖିଛନ୍ତି ଦଲାଲ । ଏପଟେ ଚାଷୀଙ୍କ ଟୋକନ ଆସୁନାହିଁ, ସେପଟେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଛି । ଅଦିନିଆ ବର୍ଷା ସାଙ୍ଗକୁ ଟୋକନ ସମସ୍ୟାରେ ଘାଣ୍ଟି ହେଉଛନ୍ତି ବାଉଁଶୁଣୀ ଅଞ୍ଚଳର ଚାଷୀ । ଶେଷରେ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ ।
ଦଲାଲଙ୍କ କବଜାରେ ଧାନମଣ୍ଡି, ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ଚାଷୀ - token issue in baunsuni
ଅଦିନିଆ ବର୍ଷା ସାଙ୍ଗକୁ ଟୋକନ ସମସ୍ୟାରେ ଘାଣ୍ଟି ହେଉଛନ୍ତି ବାଉଁଶୁଣୀ ଅଞ୍ଚଳର ଚାଷୀ । ସେପଟେ ବାଉଁଶୁଣୀ ସେବା ସମବାୟ ସମିତିର ଧାନମଣ୍ଡିକୁ କବଜା କରି ରଖିଛନ୍ତି ଦଲାଲ । ଅଧିକ ପଢନ୍ତୁ...
ବାଉଁଶୁଣୀ ସେବା ସମବାୟ ସମିତିର ଧାନମଣ୍ଡିକୁ କବଜା କରି ରଖିଛନ୍ତି ଦଲାଲ । ଏଭଳି କିଛି ଅଭିଯୋଗ ଓ ସମସ୍ୟା ନେଇ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ପହଞ୍ଚିଥିଲେ ବାଉଁଶୁଣୀ ଅଞ୍ଚଳର ଚାଷୀ । ସୂଚନା ମୁତାବକ ବାଉଁଶୁଣୀ ଅଞ୍ଚଳର ଅନେକ ଚାଷୀ ମଣ୍ଡିରେ ଧାନ ବିକି ନପାରି ହନ୍ତସନ୍ତ ହେଉଥିବାବେଳେ ବେପାରୀ ଓ ଦଲାଲମାନେ ଧାନବିକ୍ରି କରି ମାଲାମାଲ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏବେ ପୁଣି ଅସମୟରେ ବର୍ଷା ଯୋଗୁଁ ଚାଷୀ ଆହୁରି ଚିନ୍ତାରେ ପଡିଯାଇଛନ୍ତି । ଏହାର ପ୍ରତିକାର ପାଇଁ ଚାଷୀମାନେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ