ବୌଦ୍ଧ: ଭାରତୀୟ କିଷାନ ସଂଘ ପକ୍ଷରୁ ମଙ୍ଗଳବାର ଦିନ କୃଷି ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବିଶେଷ ଭାବରେ ଜିଲ୍ଲାର ଚାଷୀଙ୍କ ବୀମା ଟଙ୍କା ପ୍ରଦାନ ଓ ଧଳପୁରର ରାଜସ୍ବ କର୍ମଚାରୀଙ୍କ ବରଖାସ୍ତ ଦାବି କରି ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଫସଲ ବୀମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଭାରତୀୟ କିଷାନ ସଂଘ ପକ୍ଷରୁ ମଙ୍ଗଳବାର ଦିନ କୃଷି ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ଖବର ପଢନ୍ତୁ...
ଫସଲ ବୀମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଏନେଇ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାତ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମସ୍ୟାର ଆଗାମୀ ଦିନରେ ସମାଧାନ ନହେଲେ ପୁନର୍ବାର ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହାର ଉପଦେଷ୍ଟା କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ