ବୌଦ୍ଧ: କଣ୍ଟାମାଳ ଅଞ୍ଚଳରେ ୟୁରିଆ ସାରର ବ୍ୟାପକ କଳାବଜାରରେ ଅତିଷ୍ଠ ହୋଇ ତାତିଲେଣି ଚାଷୀ । ବୁଧବାର ଏନେଇ ଚାଷୀ ଲିଖିତ ଅଭିଯୋଗ ସହିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ।
ୟୁରିଆ ସାରର କଳାବଜାରକୁ ରୋକିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଥମୁନି ସାରର କଳାବଜାରୀ । କଣ୍ଟାମାଳ ବ୍ଲକ ଉପାନ୍ତ ଅଞ୍ଚଳର ଚାଷୀ ମାନେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ।କଣ୍ଟାମାଳ ବ୍ଲକରେ ପନ୍ଦର ଗୋଟି ସେବା ସମବାୟ ସମିତି ରହିଥିଲେ ମଧ୍ୟ କେବଳ ତିନୋଟି ପ୍ୟାକ୍ସରେ ୟୁରିଆ ସାର ମିଳୁଛି । ଏନେଇ ଚାଷୀ ସମବାୟ ବିଭାଗ କଳାବଜାର କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ସଲାସୁତୁରା ଥିବା ସନ୍ଦେହ କରିଛନ୍ତି । ଆଜି କଣ୍ଟାମାଳ ଅଞ୍ଚଳର ଚାଷୀ ମାନେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ ସହ ଏଆରସିଏସଙ୍କୁ ଘେରାଉ କରିଛନ୍ତି ।