ଓଡିଶା

odisha

ETV Bharat / state

ପୋତି ହୋଇ ପଡ଼ିଛି ଗ୍ରାମବାସୀଙ୍କ ଦ୍ବାରା ନିର୍ମିତ କେନାଲ, ଚାଷକୁ ନେଇ ଚିନ୍ତାରେ ଚାଷୀ - କ୍ଷୁଦ୍ର ଜଳସେଚନ ବିଭାଗ

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୀତାମ୍ବରପୁର ପଞ୍ଚାୟତର ଚାଉ଼ରପୁର ଗ୍ରାମରେ ଜଳସେଚନ ଅଭାବରୁ ଚାଷ କାର୍ଯ୍ୟକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

farmer facing problem
farmer facing problem

By

Published : Jul 12, 2023, 1:04 PM IST

farmer facing problem

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ମୌସୁମୀ ବର୍ଷା ପହଞ୍ଚି ସାରିଥିଲେ ମଧ୍ୟ ଜଳସେଚନ ଅଭାବରୁ ଚାଷ କାର୍ଯ୍ୟକୁ ନେଇ ଚିନ୍ତାରେ ଚାଷୀ । ହରଭଙ୍ଗା ବ୍ଲକ ଅନ୍ତର୍ଗତ ପିତାମ୍ବରପୁର ପଞ୍ଚାୟତର ଚାଉ଼ରପୁର ଗ୍ରାମରେ ବିଭାଗୀୟ ଉଦାସୀନତା ଯୋଗୁଁ ଗ୍ରାମବାସୀଙ୍କ ନିଜସ୍ବ ଉଦ୍ୟମରେ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା କେନାଲ ପୋତି ହୋଇ ପଡ଼ିଛି । ବର୍ତ୍ତମାନ ପୁଣି ଉକ୍ତ କେନାଲ ଉପରେ ରେଳପଥ ବିଭାଗ ଅଧିକ ମାଟି ପକାଇ ସମ୍ପୂର୍ଣ୍ଣ ପୋତି ଦେଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ ।

ସୂଚନା ମୁତାବକ, ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ପିତାମ୍ବରପୁର ପଞ୍ଚାୟତର ଚାଉରପୁର ଗ୍ରାମରେ ଚଳିତ ବର୍ଷ ଚାଷ ହୋଇ ପାରିବ କି ନାହିଁ ବର୍ତ୍ତମାନ ସନ୍ଦେହରେ ଚାଷୀକୁଳ । ଦୀର୍ଘ ବର୍ଷ ତଳେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଲକ୍ଷ୍ମୀ ନାଳରୁ ଏକ କେନାଲ ଖୋଳିଥିଲେ । ଏହି କେନାଲ ମାଧ୍ୟମରେ ଅଞ୍ଚଳର ପ୍ରାୟ ଦୁଇ ଶହ ଏକରରୁ ଉର୍ଦ୍ଧ୍ବ ଜମିକୁ ଜଳସେଚନ ହୋଇ ପାରୁଥିଲା । କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କ ଅପାରଗତା ତଥା ମନମୁଖୀ କାର୍ଯ୍ୟ ଯୋଗୁଁ ତାହା ବର୍ତ୍ତମାନ ପୋତି ହେବାକୁ ବସିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଚାଉ଼ରପୁର ଅଞ୍ଚଳରେ ଚାଷୀ ବାରମ୍ବାର କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଏହା ମଧ୍ୟ ପଢନ୍ତୁ-ସମସ୍ୟା ଘେରରେ ହରଭଙ୍ଗା ବ୍ଲକ, ପ୍ରଥମ ଜନଶୁଣାଣୀରେ ନୂତନ ଜିଲ୍ଲାପାଳ

ସେପଟେ ଦିନକୁ ଦିନ କେନାଲ ମରାମତି ଅଭାବରୁ ଚାଷ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡିଛି । ବର୍ତ୍ତମାନ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ ଯୋଗୁଁ ଯେଉଁ କେତେକ କେନାଲ ଦେଖା ଯାଉଥିଲା ତାକୁ ମଧ୍ୟ ପୋତି ଦିଆଯାଇଛି । ଫଳରେ ଚଳିତ ବର୍ଷ ଚାଉ଼ରପୁର ଗ୍ରାମରେ ମରୁଡ଼ି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ ଏହାର ପ୍ରତିକାର ନିମନ୍ତେ ଅଞ୍ଚଳରେ ଚାଷୀମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି । ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ବିଭାଗର ଉଦାସୀନତା ଯୋଗୁଁ ଚାଷ ଜମିରେ ଆଦୌ ଜଳସେଚନ ହୋଇ ପାରିବ ନାହିଁ ବୋଲି ସୂଚନା ମିଳିଥିବା ବେଳେ ଦୁରନ୍ତ ଏନେଇ ବୌଦ୍ଧ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details