ଓଡିଶା

odisha

ETV Bharat / state

ଚରମ ଅବ୍ୟବସ୍ଥା: ଦଲାଲଙ୍କ କବଜାରେ ଧାନମଣ୍ଡି - ସାମ୍ପୋଚ ସମବାୟ ସମିତି

ବୌଦ୍ଧ ସମିତିର ନିଜସ୍ବ କାର୍ଯ୍ୟାଳୟ ଏକ ଭଙ୍ଗା ଦଦରା ଘରେ ଚାଲିଥିବାବେଳେ ଧାନମଣ୍ଡିକୁ ଦଲାଲ କବାଜ କରି ରଖିଥିବା ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଚରମ ଅବ୍ୟବସ୍ଥା: ଦଲାଲଙ୍କ କବ୍‌ଜାରେ ସାମ୍ପୋଚ ଧାନମଣ୍ଡି
ଚରମ ଅବ୍ୟବସ୍ଥା: ଦଲାଲଙ୍କ କବ୍‌ଜାରେ ସାମ୍ପୋଚ ଧାନମଣ୍ଡି

By

Published : Feb 18, 2020, 11:44 PM IST

ବୌଦ୍ଧ: ଚରମ ଅବ୍ୟବସ୍ଥା ଘେରରେ ସମବାୟ ସମିତି । ସମିତିର ନିଜସ୍ବ କାର୍ଯ୍ୟାଳୟ ଏକ ଭଙ୍ଗା ଦଦରା ଘରେ ଚାଲିଥିବାବେଳେ ଧାନମଣ୍ଡିକୁ ଦଲାଲ କବାଜ କରି ରଖିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଚରମ ଅବ୍ୟବସ୍ଥା: ଦଲାଲଙ୍କ କବ୍‌ଜାରେ ସାମ୍ପୋଚ ଧାନମଣ୍ଡି

ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ଲାଗି ରହିଛି ଅବ୍ୟବସ୍ଥା । କିନ୍ତୁ ସାମ୍ପୋଚ ସମବାୟ ସମିତିର ଦୁଃଖ ସମସ୍ତଙ୍କଠାରୁ ବଳି ଯାଇଛି । ସମିତିର କାର୍ଯ୍ୟାଳୟ ଏକ ପୁରୁଣା ଭଙ୍ଗା ଘରେ ଚାଲିଥିବା ବେଳେ ଧାନକ୍ରୟ ନିମନ୍ତେ ଗାଁର କଲ୍ୟାଣ ମଣ୍ଡପକୁ ମଣ୍ଡି ଭାବରେ ବ୍ୟବହାର କରାଯାଉଛି ।

ତେବେ ସବୁ ମଣ୍ଡି ଭଳି ସାମ୍ପୋଚ ମଣ୍ଡିରେ ମଧ୍ୟ ଟୋକନ ସମସ୍ୟା ଲାଗି ରହିଥିବା ବେଳେ ଚାଷୀଙ୍କ ଦୁଃଖ ବଳିପଡିଛି । ଏଠାରେ କୌଣସି ସମବାୟ କର୍ମଚାରୀଙ୍କ ଅନୁପସ୍ଥିତିରେ ହେଉଛି ଧାନକିଣା । ମଣ୍ଡିକୁ ପୁରା ଦଲାଲମାନେ କବଜା କରି ରଖିଥିବା ଚାଷୀ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details