ଓଡିଶା

odisha

ETV Bharat / state

ଆସନ୍ନ ମରୁଡି ଓ ଜଳସେଚନରେ ଅନିଶ୍ଚିତତାକୁ ନେଇ ରାସ୍ତାରେ ବସିଲା ଚାଷୀ କୋର୍ଟ - ସାମ୍ପୋଚ ପଞ୍ଚାୟତ

ବୌଦ୍ଧରେ ଅନାବୃଷ୍ଟି ଯୋଗୁଁ ଉତ୍କଟ ମରୁଡି ସମ୍ଭାବନା ସୃଷ୍ଟି ହୋଇଛି । ଜିଲ୍ଲାରେ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ସତ୍ତ୍ବେ ଚାଷୀମାନେ ମରୁଡିର ସମ୍ମୁଖୀନ ହେଉଛନ୍ତି । ତେବେ ଏନେଇ ଚାଷୀମାନେ ରାସ୍ତାରେ ଚାଷୀ କୋର୍ଟ ବସାଇଛନ୍ତି। ଅଧିକ ପଢନ୍ତୁ...

ଆସନ୍ନ ମରୁଡି ଓ ଜଳସେଚନରେ ଅନିଶ୍ଚିତତା କୁନେଇ ରାସ୍ତାରେ ବସିଲା ଚାଷୀ କୋର୍ଟ
ଆସନ୍ନ ମରୁଡି ଓ ଜଳସେଚନରେ ଅନିଶ୍ଚିତତା କୁନେଇ ରାସ୍ତାରେ ବସିଲା ଚାଷୀ କୋର୍ଟ

By

Published : Aug 19, 2021, 8:49 AM IST

ବୌଦ୍ଧ: ଆସନ୍ନ ମରୁଡି ଓ ମେଗା ଜଳସେଚନ ପ୍ରକଳ୍ପର ଅନିଶ୍ଚିତତାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରେ ବସିଲା ଚାଷୀ କୋର୍ଟ । ତେବେ ବୌଦ୍ଧରେ ଅନାବୃଷ୍ଟି ଯୋଗୁଁ ଉତ୍କଟ ମରୁଡି ସମ୍ଭାବନା ସୃଷ୍ଟି ହୋଇଛି । ଜିଲ୍ଲାରେ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ସତ୍ତ୍ବେ ଚାଷୀମାନେ ମରୁଡିର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ଚାଷୀ ସଂଗଠନ ଗୁହାରି ତଥା ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଚାଷୀମାନେ ରାସ୍ତାରେ ଚାଷୀ କୋର୍ଟ ବସାଇଛନ୍ତି।

ଆସନ୍ନ ମରୁଡି ଓ ଜଳସେଚନରେ ଅନିଶ୍ଚିତତା କୁନେଇ ରାସ୍ତାରେ ବସିଲା ଚାଷୀ କୋର୍ଟ

ଗତକାଲି(ବୁଧବାର) ବୌଦ୍ଧ ଜିଲ୍ଲା ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମ ରାସ୍ତା ଉପରେ ଅଞ୍ଚଳର ଚାଷୀମାନଙ୍କୁ ନେଇ ଜିଲ୍ଲା ବିଜେପି, ଭାରତୀୟ କିଷାନ ସଂଘ, କୃଷକ ମୋର୍ଚ୍ଚା ଓ ଅନ୍ୟାନ୍ୟ ଚାଷୀ ସଂଗଠନର ନେତାମାନେ ଆଗାମୀ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ବିଶେଷ ଭାବରେ ମହାନଦୀ କୂଳରେ ଥିବା ହରଭଙ୍ଗା ବ୍ଲକର ସାମ୍ପୋଚ ସମେତ ରାମଗଡ ଓ ଧଳପୁରଠାରେ ହେବାକୁ ଥିବା ମେଗା ଜଳସେଚନ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇ ଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।

ଗୋଟିଏ ପଟରେ ଚାଷୀଙ୍କୁ ଜଳସେଚନ ପାଇଁ ପାଣି ମିଳୁନଥିବା ବେଳେ ତିତିରକଟା ସ୍ପିରିଟ କମ୍ପାନୀକୁ ମହାନଦୀରୁ ପାଣି ଯୋଗାଣକୁ ତୀବ୍ର ନିନ୍ଦା କରିଥିଲେ । ଏପରିକି ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details