ଓଡିଶା

odisha

ETV Bharat / state

ସମବାୟ ସମିତିରେ ଋଣ ଅର୍ଥ ହେରଫେର, ଜିଲ୍ଲାପାଳଙ୍କୁ ଗୁହାରି କଲେ ଚାଷୀ - ଶୁଣ୍ଢିପଦରରେ ଋଣ ହେରଫେର

ସମବାୟ ସମିତିରେ ଆର୍ଥିକ ଦେଣନେଣ ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ । ତଦନ୍ତ ଦାବି କଲେ ଚାଷୀ । ଅଧିକ ପଢନ୍ତୁ

ସମବାୟ ସମିତିରେ ଆର୍ଥିକ ଅର୍ଥ ହେରଫେରକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ସମବାୟ ସମିତିରେ ଆର୍ଥିକ ଅର୍ଥ ହେରଫେରକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

By ETV Bharat Odisha Team

Published : Aug 23, 2023, 10:33 AM IST

ସମବାୟ ସମିତିରେ ଆର୍ଥିକ ଅର୍ଥ ହେରଫେରକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ବୌଦ୍ଧ: ଅଞ୍ଚଳର ଚାଷୀମାନଙ୍କ ସୁବିଧା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଛି ସମବାୟ ସମିତି । ଏହି ସମବାୟ ସମିତି ଜରିଆରେ ଚାଷୀ ଋଣ କାର୍ଯ୍ୟ ଠାରୁ ନେଇ ସାର, ବିହନ, ଧାନ ବିକ୍ରି ତଥା ଆର୍ଥିକ ଦେଣନେଣ କାର୍ଯ୍ୟ କରିଥାନ୍ତି ଚାଷୀ । କିନ୍ତୁ ବିଭିନ୍ନ ସମୟରେ ଏହି ସମବାୟ ସମିତିରେ ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଅଭିଯୋଗ ହୋଇଆସୁଛି । ଏଭଳି ଏକ ଆର୍ଥିକ ଦେଣନେଣର ଅଭିଯୋଗ ନେଇ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । କିନ୍ତୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସ୍ଥାନୀୟ ସମବାୟ ସମିତିର ସଂପାଦକ । ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅନ୍ତର୍ଗତ ଶୁଣ୍ଢିପଦରରେ ।

ସୂଚନା ଅନୁଯାୟୀ, ସମବାୟ ସମିତିର ସଂପାଦକଙ୍କ ନାଁରେ ଆର୍ଥିକ ଦେଣନେଣରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ । ଶୁଣ୍ଢିପଦର ସମବାୟ ସମିତିର ସଂପାଦକ କିଛି ଚାଷୀଙ୍କୁ ଋଣ ପ୍ରଦାନ ତଥା ଏହାର ପରିଶୋଧରେ ବ୍ୟାପକ ଅନିୟମିତତା କରିଥିବା ସ୍ଥାନୀୟ କିଛି ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏପରିକି ସମବାୟ ସମିତି ଜରିଆରେ ମିଳୁଥିବା ସାର ମଧ୍ୟ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ଚାଷୀ ।

ଅଧିକ ପଢନ୍ତୁ: ସମବାୟ ସମିତିରେ ତାଲା ପକାଇଛନ୍ତି ନିଲମ୍ବିତ ସମ୍ପାଦକ, ଧାରଣାରେ ଚାଷୀ

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଠାରୁ ସମବାୟ ସଂପାଦକ ବ୍ଲାଙ୍କ୍‌ ଚେକରେ ଦସ୍ତଖତ ନେଇ ଏଭଳି ଅନିୟମିତତା କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି । ଏହାସହ ଋଣ ପରିଶୋଧ କରୁଥିବା ବେଳେ ଋଣର ମାତ୍ରା କମିବା ବଦଳରେ ବଢୁଥିବା ଚାଷୀ ଅଭିଯୋଗ କରିଛି । ଏଭଳି ଘଟଣାକୁ ନେଇ ଜିଲ୍ଲାର ସମବାୟ ବିଭାଗ ତରଫରୁ ତଦନ୍ତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ସମ୍ପୃକ୍ତ ସମବାୟ ସମିତିର ସଂପାଦକ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଉକ୍ତ ଚାଷୀଙ୍କ ପୁରୁଣା ବକେୟା ଅର୍ଥ ରହିଥିବାରୁ ଏଭଳି ସମସ୍ୟା ରହିଥିବା ସୂଚନା ଦେଇଛନ୍ତି । ଜିଲ୍ଲାରେ ବିଭିନ୍ନ ସମୟରେ ଚାଷୀଙ୍କୁ ବିହନ ଓ ସାର ଯୋଗାଣରେ ହେରଫେର କରୁଥିବା ଅଭିଯୋଗ ହୋଇ ଆସୁଛି । କିନ୍ତୁ କୃଷି ବିଭାଗ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଚାଷୀ ମହଲରେ ଦାବି ହେବା ସହ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details