ବୌଦ୍ଧ: ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରାମଲୀଳା ମହୋତ୍ସବ । ରାଜତନ୍ତ୍ର ଶାସନ କାଳରୁ ରାଜା ମହାରାଜାଙ୍କ ପୃଷ୍ଠପୋଷକତାରେ ଖୁବ ଆଡମ୍ବରରେ ପାଳିତ ହେଇଆସୁଛି । ଦୀର୍ଘ 18 ଦିନ ଧରି ଅନୁଷ୍ଠିତ ହୋଇଥାଏ ଏହି ମହୋତ୍ସବ । ତେବେ ଚଳିତବର୍ଷ ରାମଲୀଳା ନାଟକ ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ମେ' ୧ରେ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକରେ ସମାପ୍ତ ହେବ ।
ବୌଦ୍ଧ ଅଞ୍ଚଳର ବହିରା ଓ ଦେବଗଡରେ ବହୁ ପୁରାତନ କାଳରୁ ରାମଲୀଳା ଆରମ୍ଭ ହୋଇଥିଲେ ହେଁ ୧୯୧୩ ମସିହାରେ ବୌଦ୍ଧ ରଘୁନାଥ ମନ୍ଦିର ପ୍ରତିଷ୍ଠା କାଳରୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଲୀଳା ମହୋତ୍ସବ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ତେବେ କେତେକ କଳାପ୍ରେମୀଙ୍କ ଯୋଗୁଁ ବଞ୍ଚି ରହିଛି ଏହି ମଞ୍ଚ ଲୀଳା ନାଟକ ।