ଓଡିଶା

odisha

ETV Bharat / state

ସରକାରୀ ଯୋଜନା ସାତ ସପନ, ସହାୟତା ଅପେକ୍ଷାରେ ପରିବାର - ସରକାରୀ ସହାୟତା ଅପେକ୍ଷାରେ ପରିବାର

ନାଁ ଅଛି ଘର ନା କୌଣସି ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି । ସରକାରୀ ଯୋଜନା ଯେମିତି ଉକ୍ତ ପରିବାର ପାଇଁ ସାତ ସପନ ହୋଇଛି । ଅଧିକ ପଢନ୍ତୁ

ସରକାରୀ ସହାୟତା ଅପେକ୍ଷାରେ ପରିବାର
family seeks government assistance

By

Published : Jun 13, 2023, 2:13 PM IST

family seeks government assistance

ବୌଦ୍ଧ:ଗରିବ ଲୋକଙ୍କ ଜୀବନକୁ ସହଜ କରିବାକୁ ସରକାରଙ୍କ ମାଳମାଳ ଯୋଜନା । ହେଲେ ବାସ୍ତବରେ ଏ ଯୋଜନାରୁ ଉପକୃତ ହେଉନାହାନ୍ତି ପରିବାର ।ଅସହାୟ ଅବସ୍ଥାରେ ରହିଛନ୍ତି ବୌଦ୍ଧା ଜିଲ୍ଲାର ଗୋଟିଏ ପରିବାର । ସବୁ ସରକାରୀ ଯୋଜନାରୁ ବଞ୍ଚିତ ଏହି ପରିବାର । ପରିବାରର ଦୁଃଖ ଶୁଣିବା ପରେ ସରକାରୀ ଯୋଜନାରେ ସାମିଲ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସରକାରଙ୍କ ମାଳମାଳ ଯୋଜନା କିନ୍ତୁ ଅନେକ ସମୟରେ ଆମ ବିଧି ବ୍ୟବସ୍ଥା ମଧ୍ୟରେ ଅନେକ ପରିବାର ଏଭଳି ଯୋଜନାରୁ ବଞ୍ଚିତ ହୋଇ ରହି ଯାଇଥାନ୍ତି । ସମାଜର ତଳ ସ୍ତରରେ ଥିବା ଗରିବ ନିରୀହ ନାଗରିକଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଭଳି ଏକ ଅସହାୟ ପରିବାର ଯେଉଁ ପରିବାର ନିକଟରେ ସମସ୍ତ ସରକାରୀ ଯୋଜନା ଆଜି ମଧ୍ୟ ଅପହଞ୍ଚ ହୋଇଛି । ସିଦ୍ଧପୁର ଗ୍ରାମର ଜଣେ ସତ୍ୟଭାମା । ମୂଲ ଲାଗିଲେ ପରିବାର ପେଟକୁ ଆହାର ମିଳେ । ଏହି ପରିବାର ନିକଟରେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ଏପରିକି ଆଜି ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ କିମ୍ବା ପରିବାର କଲ୍ୟାଣ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ସତ୍ୟଭାମାଙ୍କ ପିତା ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ହୋଇ ଠିକ୍‌ରେ ଚଳପ୍ରଚଳ କରିପାରୁ ନାହାନ୍ତି । ତାଙ୍କୁ କିନ୍ତୁ ସାମାଜିକ ସୁରକ୍ଷାରେ ଆଜି ପର୍ଯ୍ୟନ୍ତ ଭତ୍ତା ଟିକକ ମିଳିପାରି ନାହିଁ । ସେହିପରି ସତ୍ୟଭାମାଙ୍କ ପିଉସୀ ଦୀର୍ଘ 8 ବର୍ଷ ହେଲା ସ୍ବାମୀଙ୍କୁ ହରାଇଛନ୍ତି । ବିଧବା ହୋଇଥିଲେ ମଧ୍ୟ ସେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହି ଅସହାୟ ପରିବାର ନିକଟରେ ଜମିଭୂମି ଆଦୌ ନାହିଁ । ଏକ ଅସ୍ଥାୟୀ ଜାଗାରେ ଚାଳ ଝୁପୁଡି କରି ଆଶ୍ରୟ ନେଇଛନ୍ତି ଏହି ଅସହାୟ ପରିବାର । ସରକାରଙ୍କ ବସୁନ୍ଧରା ଯୋଜନା ଏମାନଙ୍କ ପାଇଁ ସାତ ସପନ ହୋଇ ରହିଛି । ସତ୍ୟଭାମା ମୂଲମଜୁରୀର ଅର୍ଥରେ ପରିବାରର ଭରଣପୋଷଣ ହୋଇଥାଏ । ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଏହି ଅସହାୟ ପରିବାର ଦୁଃଖଦ କାହାଣୀ ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ତୁରନ୍ତ ଉକ୍ତ ଅସହାୟ ପରିବାରକୁ ସରକାରୀ ଯୋଜନାରେ ସାମିଲ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିଲା । ସେଠାରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧପୁର ଗ୍ରାମର ଏକ ଅସହାୟ ପରିବାର ନିଜ ଦୁଃଖ ଜଣାଇଥିଲେ । ଏହାପରେ ତାଙ୍କୁ ସମସ୍ତ ଯୋଜନାରେ ସାମିଲ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ।

ଇଟିିଭି ଭାରତ, ବୌଦ୍ଧ

ABOUT THE AUTHOR

...view details