ବୌଦ୍ଧ: ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ପରିବାର ନିୟନ୍ତ୍ରଣ ଯୋଜନା ଆରମ୍ଭ କଲେ । ଏଥିପାଇଁ ଯେଉଁମାନେ ପରିବାର ନିୟନ୍ତ୍ରଣ ଆରମ୍ଭ କଲେ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବା ସହ ସମସ୍ତ ଚିକିତ୍ସା ମଧ୍ୟ ବହନ କରିବାର ବ୍ୟବସ୍ଥା କରିଛନ୍ତି ।
ସରକାରଙ୍କ ଏହି ବ୍ୟବସ୍ଥାକୁ ଭରଷା କରି ବୌଦ୍ଧ ଜିଲ୍ଲା ତେଲିବନ୍ଧ ଗ୍ରାମର ରାଘବ ମହାକୁଡ ଓ ତାଙ୍କ ପତ୍ନୀ ଭାରତୀ ମହାକୁଡ ଗତ 2011 ମସିହାରେ ନିକଟସ୍ଥ ବାଉଁଶୁଣୀ ମେଡିକାଲରେ ଅସ୍ତ୍ରୋପଚାର କରିଥିଲେ । କିନ୍ତୁ ଅପରେସନର ପାଞ୍ଚବର୍ଷ ପରେ ଭାରତୀ ପୁଣି ଥରେ ଗର୍ଭବତୀ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହି ଘଟଣାକୁ ନେଇ ଉଭୟ ଦମ୍ପତିଙ୍କ ଉପରେ ଯେମିତି ଚଡକ ପଡିଥିଲା । ଅସ୍ତ୍ରୋପଚାର ପରେ ସରକାର ସବୁଜ ପତ୍ରିକା ମଧ୍ୟ ଦେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ମିଳିବାକୁ ଥିବା ଆର୍ଥିକ ସହାୟତା ମଧ୍ୟ ମିଳିନାହିଁ । ଅନ୍ୟପଟେ ଅସ୍ତ୍ରୋପଚାର ମଧ୍ୟ ବିଫଳ । ଏହାକୁ ନେଇ ଉଭୟ ଦମ୍ପତି ଏବେ ମାନସିକ ଆଶାନ୍ତି ସହ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ।