ବୌଦ୍ଧ:ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ୪ ପ୍ରାଣୀ । ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଦୁର୍ଘଟଣାରେ ଚାରି ମାସ ତଳେ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ଏଯାବତ ସେହି ପରିବାରକୁ ମୃତ୍ୟୁ ପ୍ରମାଣପତ୍ର ମିଳିନାହିଁ । ଫଳରେ ଅସହାୟ ଅବସ୍ଥାରେ କାଳ କାଟୁଛନ୍ତି ଗୋଟିଏ ପରିବାରର ୪ ପ୍ରାଣୀ । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ଛ କିଲୋମିଟର ଦୂରରେ ଅବସ୍ଥିତ ସରସରା ପଞ୍ଚାୟତ କୋଡାସାହି । ଗାଁର ଜନୈକ ଦିନ ମଜୁରିଆ ଗତ ପ୍ରାୟ ଚାରି ମାସ ତଳେ ବାମଣ୍ଡାରୁ କାମ କରି ଫେରିବା ବେଳେ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁ ବରଣ କରିଥିଲେ । ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରର ପାଞ୍ଚ ପ୍ରାଣୀ ବର୍ତ୍ତମାନ ଅତ୍ୟନ୍ତ ଅସହାୟ ଭାବରେ କାଳ କାଟୁଛନ୍ତି । ବିଧବା ପତ୍ନୀ ରୋଗିଣା ହୋଇପଡିଥିବା ବେଳେ ଅର୍ଥ ଅଭାବରୁ ପିଲାଙ୍କ ପାଠ ପଢାରେ ଡୋରି ବନ୍ଧା ହେଲାଣି ।