ଓଡିଶା

odisha

ETV Bharat / state

ବନ୍ୟଜନ୍ତୁଙ୍କ ବ୍ୟାପକ ଫସଲ ନଷ୍ଟ, ଗୁହାରି ପରେ ମଧ୍ୟ ମିଳୁନି ସହାୟତା - ବୌଦ୍ଧ ବ୍ୟାପକ ଫସଲ ନଷ୍ଟ

ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଅନ୍ୟ ପଟେ ବଣୁଆ ହାତୀ ଓ ଅନ୍ୟ ଜଙ୍ଗଲୀ ଜନ୍ତୁଙ୍କ ଯୋଗୁଁ ବ୍ୟାପକ ଫସଲ ହାନୀ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବନ୍ୟଜନ୍ତୁଙ୍କ ବ୍ୟାପକ ଫସଲ ନଷ୍ଟ, ଗୁହାରି ପରେ ମଧ୍ୟ ମିଳୁନି ସହାୟତା
ବନ୍ୟଜନ୍ତୁଙ୍କ ବ୍ୟାପକ ଫସଲ ନଷ୍ଟ, ଗୁହାରି ପରେ ମଧ୍ୟ ମିଳୁନି ସହାୟତା

By

Published : Oct 7, 2021, 10:38 PM IST

ବୌଦ୍ଧ: ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ତତ୍ପର ଜଙ୍ଗଲ ବିଭାଗ । କିନ୍ତୁ ବନ୍ୟଜନ୍ତୁଙ୍କ ଯୋଗୁଁ ବ୍ୟାପକ ଫସଲହାନି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ବଘିଆପଡା ଜଙ୍ଗଲ ଅଞ୍ଚଳରେ ଛୋଟବଡ ସାତ ଗୋଟି ଜଙ୍ଗଲୀ ହାତୀ ରହିଥିବା ସୂଚନା ମିଳିଛି ।

ବନ୍ୟଜନ୍ତୁଙ୍କ ବ୍ୟାପକ ଫସଲ ନଷ୍ଟ, ଗୁହାରି ପରେ ମଧ୍ୟ ମିଳୁନି ସହାୟତା

ତେବେ ଖାଦ୍ୟ ଅନ୍ବେଷଣରେ ହାତୀପଲ ବଘିଆପଡା, ଟିକରପଡା, ଭୁକ୍ତାପଡା ଭଳି ବିଭିନ୍ନ ଗ୍ରାମ ନିକଟରେ ଥିବା ଚାଷଜମିରେ ପଶି ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ହାତୀ ସହିତ ବାରହା ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ବାରମ୍ବାର ଗରିବ ଚାଷୀଙ୍କ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ତେବେ ଗତବର୍ଷ ମଧ୍ୟ ଏଭଳି ଫସଲ ନଷ୍ଟ ନେଇ ଜଙ୍ଗଲ ଅଧିକାରୀଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା ।

ବନ୍ୟଜନ୍ତୁଙ୍କ ବ୍ୟାପକ ଫସଲ ନଷ୍ଟ, ଗୁହାରି ପରେ ମଧ୍ୟ ମିଳୁନି ସହାୟତା

କିନ୍ତୁ ଅଦ୍ୟାବଧି ସରକାରୀ ସହାୟତା ମିଳିପାରି ନଥିବା ବେଳେ ଚଳିତ ବର୍ଷ ପୁଣିଥରେ ଏଭଳି ଘଟଣାର ପୁନରାବୃତ୍ତି ହେବାକୁ ଯାଉଥିବାରୁ ଚାଷୀମାନେ ଆଜି(ଗୁରୁବାର) ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କୁ ଗୁହାରୀ ପାଇଁ ପହଞ୍ଚି ଥିଲେ । ସେପଟେ ଆଜି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗ ଏକ ମିନି ମାରାଥନ ଦୌଡର ଆୟୋଜନ କରିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details