ବୌଦ୍ଧ: ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ବୌଦ୍ଧ ଜିଲ୍ଲାର ଜଣେ ଜଣାଶୁଣା ତଥା ପରିଚିତ ବ୍ୟକ୍ତିତ୍ବ । ରାଜତନ୍ତ୍ର ବିରୋଧରେ ସଂଗ୍ରାମ କରି ନିର୍ବାସିତ ଜୀବନ କାଟିଥିବା ଏହି ସଂଗ୍ରାମୀ ଆଜିବି ଚଳଚଞ୍ଚଳ। ଶୁଣନ୍ତୁ ତାଙ୍କ ମୁହଁରୁ ତତ୍କାଳୀନ ସମୟର ଗଡଜାତ ଆନ୍ଦୋଳନ ସମ୍ପର୍କିତ କିଛି କଥା ।
ବୌଦ୍ଧ ଗଡଜାତ ଥିଲା ବ୍ରିଟିଶ ଶାସନାଧୀନ ଏକ କରଦ ରାଜ୍ୟ । ଯେଉଁଠି ସାମାଜିକ କୁସଂସ୍କାର ଓ ବ୍ରିଟିଶ ଆଇନ ବିରୋଧରେ ଭାରତ ମାତାର ମୁକ୍ତି ନିମନ୍ତେ ସୃଷ୍ଟି ହୋଇଥିଲା ପ୍ରଜାମଣ୍ଡଳ । ଏହା ଯେ କେବଳ ଏକ ସଙ୍ଗଠନ ନଥିଲା ଏହା ଥିଲା ବୈପ୍ଳବିକ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା ସ୍ବାଧିନ ଚେତା ନାଗରିକଙ୍କ ସମଷ୍ଟିଗତ ସ୍ବର । ତେବେ ଏହି ସଂଘର୍ଷରେ ବୌଦ୍ଧ ସହରର ବରିଷ୍ଠ ତଥା ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ରଙ୍କ ନାମ ଅନ୍ୟତମ ।