ବୌଦ୍ଧ: ଦୁର୍ନୀତିର ସୀମା ଟପୁଛନ୍ତି ଖୁଣ୍ଟବନ୍ଧ ପଞ୍ଚାୟତର ନିଲମ୍ବିତ ସରପଞ୍ଚ । ନିଲମ୍ବନ ପରେ ବି ନିର୍ବାହୀ ଅଧିକାରୀଙ୍କ ସହ ମିଶି ଜାଲ କାଗଜପତ୍ର ପ୍ରସ୍ତୁତ କରୁଥିବା ସରପଞ୍ଚଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନାନୁସାରେ, ପୂର୍ବରୁ ଖୁଣ୍ଟବନ୍ଧ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ପଞ୍ଚାୟତର ଉନ୍ନତିକରଣ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ବିନା ଅନୁମୋଦରେ ଚଳୁ କରୁଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଗତ ମାସରେ 'ଇଟିଭି ଭାରତ'ରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଥିଲା । ପରେ ତଦନ୍ତ ରିପୋର୍ଟକୁ ଭିତ୍ତି କରି ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ନିଲମ୍ବନ ପରେ ଏବେ ପୁଣି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଗଳାବାଟ ଖୋଜିବା ଭଳି ଜାଲ କାଗଜପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି ।