ବୌଦ୍ଧ: ଉପହାସ ପାଲଟିଛି ସରକାରଙ୍କ ମାଳ ମାଳ ସାମାଜିକ ସୁରକ୍ଷା ଯୋଜନା । ଲୋକଙ୍କ ଭିଡରେ ଥାଇ ବି ଅଜଣା ଅନ୍ଧକାର ଦୁନିଆକୁ ଠେଲି ହୋଇଯାଇଛନ୍ତି ଦୁଇ ମାନସିକ ବିକାରଗ୍ରସ୍ତ ଭାଇ ଭଉଣୀ । ଏ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତ ସଦର ମହକୁମାର ମାଳିପଡାରେ ବାସ କରୁଥିବା ଦୁଇ ଭାଇ ଭଉଣୀଙ୍କ ଦୁଃଖ ଜୀବନର କଥା । ଯାହାଙ୍କ ଅସହାୟତାକୁ ଦେଖି ନପାରି ସେମାନଙ୍କୁ ଦୁଃଖ ବୁଝିବାକୁ ପହଞ୍ଚିଥିଲା ଇଟିଭି ଭାରତ ଟିମ୍ ।
ବୟସ ପାଖାପାଖି 50 ହେବାକୁ ବସିଥିବାବେଳେ ସଂସାର ଗଢିବା ରାସ୍ତାରେ ବାଧକ ସାଜିଛି ମାନସିକ ବିକାର । ଏପରି ସ୍ଥିତିରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ମିଳିପାରି ନାହିଁ କୌଣସି ସରକାରୀ ସହାୟତା । ଫଳରେ ଏମାନଙ୍କ ପାଇଁ ଉପହାସ ପାଲଟିଛି ସରକାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥା । ନା ଏମାନଙ୍କର ଆଧାର କାର୍ଡ ଅଛି, ନା ଏମାନେ ଭତ୍ତା, ଚାଉଳ ଓ ବାସଗୃହ ପାଇବା ତାଲିକାଭୁକ୍ତ ହୋଇଛନ୍ତି ।