ଓଡିଶା

odisha

ETV Bharat / state

ଇଟିଭି ଭାରତ ମହାପ୍ରଭାବ: ଜମି ମାଫିଆଙ୍କ କବଳରୁ ମୁକୁଳିବ ଯବାନଙ୍କ ଜମି

ଜମି ମାଫିଆଙ୍କ କବଳରେ ଭାରତୀୟ ଯବାନଙ୍କ ଜମି । ଏନେଇ ଇଟିଭି ଭାରତରେ ପ୍ରଥମେ ଖବର ପ୍ରସାରଣ ହେବା ପରେ ଏବେ ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ରାଜସ୍ବ ପ୍ରଶାସନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 18, 2019, 5:06 AM IST

ବୌଦ୍ଧ: ଜମି ମାଫିଆଙ୍କ କବଳରେ ଭାରତୀୟ ଯବାନଙ୍କ ଜମି । ଏନେଇ ଇଟିଭି ଭାରତରେ ପ୍ରଥମେ ଖବର ପ୍ରସାରଣ ହେବା ପରେ ଏବେ ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ରାଜସ୍ବ ପ୍ରଶାସନ । ଗତ ଅଗଷ୍ଟ 23ରେ ଏସମ୍ପର୍କରେ ‘ଜମି ମାଫିଆଙ୍କ ଟାର୍ଗେଟରେ ଯବାନଙ୍କ ଜମି’ ନାମକ ଏକ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଥିଲା । ଯାହା ଦେଖିବା ପରେ ପୁରା ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଖବର ପାଇ ଖୋଦ ବୌଦ୍ଧ ଉପଜିଲ୍ଲାପାଳ ତଦନ୍ତ କରିବା ନେଇ ପ୍ରତିଶୃତି ଦେଇଛନ୍ତି । ଏଥିସହ ଗତ ଶୁକ୍ରବାର ଉପଜିଲ୍ଲାପାଳ ଓ ବୌଦ୍ଧ ତହସିଲଦାର ଗୁନ୍ଦଳିଆ ଆରଆଇ ସର୍କଲରେ ଥିବା ଝାରମୁଣ୍ଡା ମୌଜାର ସମ୍ପୃକ୍ତ ଜମି ସବୁ ପରିଦର୍ଶନ କରିବାର ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରୁ ଦେଖାଯାଇଥିଲା କି ଯବାନଙ୍କ ପାଇଁ କେବଳ 11 ଏକର ଜମି ସଂରକ୍ଷିତ ଥିବା ବେଳେ ସମୁଦାୟ ପ୍ରାୟ 41 ଏକର ସରକାରୀ ଓ ଗୋଚର ଜମିକୁ ଚିହ୍ନଟ କରାଯାଇଥିଲା ।

ଏଥିସହ ଅଣ ଓଡିଆ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ତେଣୁ ଆଗାମୀ ଦିନରେ ଅନ୍ୟ ମୌଜାରେ ଥିବା ସରକାରୀ ଓ ଗୋଚର ଜମିକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details