ଓଡିଶା

odisha

ETV Bharat / state

ଇଟିଭି ଭାରତ ମହାପ୍ରଭାବ, ଦଶମତୀର ଦୁଃଖ ଶୁଣିଲା ପ୍ରଶାସନ - impact

ଇଟିଭି ଭାରତରେ ଖବର ପ୍ରସାରଣର 2 ଦିନ ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଅଣ୍ଟା ଭାଙ୍ଗିଯାଇଥିବା ନାବାଳିକା ଶ୍ରମିକ ଦଶମତୀର ଘରେ ଜିଲ୍ଲା ଶ୍ରମ ଅଧିକାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

By

Published : Jul 9, 2019, 7:08 PM IST

ବୌଦ୍ଧ: ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣର 2 ଦିନ ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଅଣ୍ଟା ଭାଙ୍ଗିଯାଇଥିବା ନାବାଳିକା ଶ୍ରମିକ ଦଶମତୀର ଅଣ୍ଟା ସଳଖିବାକୁ ଘରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ । ଖବର ଅନୁଯାୟୀ, ଗତ ଏକ ମାସ ତଳେ ଦୁଇ ମହଲା କୋଠାରୁ ପଡି ଅଣ୍ଟାରେ ଆଘାତ ପାଇଥିବା ନାବାଳିକା ଶ୍ରମିକ ଦଶମତୀ ଘରେ ଆଜି ଜିଲ୍ଲା ଶ୍ରମ ବିଭାଗ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ


ଗତ 7 ତାରିଖ ସଂଧ୍ୟାରେ ଇଟିଭି ଭାରତରେ ନାବାଳିକା ଶ୍ରମିକ ଦଶମତୀର ଦୁର୍ଘଟଣା ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା । ଏହାକୁ ଦେଖିବା ପରେ ବୌଦ୍ଧ ଜିଲ୍ଲା ପ୍ରଶାସନଙ୍କ ସହ ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘଟଣାକୁ ଗୁରୁତର ସହ ନେଇଛନ୍ତି । ମଙ୍ଗଳବାର ସକାଳୁ ଜିଲ୍ଲାଶ୍ରମ ବିଭାଗ ପକ୍ଷରୁ ଶ୍ରମ ଅଧିକାରୀ ଓ ଇନ୍ସପେକ୍ଟର ପ୍ରମୁଖ ପିଡୀତାଙ୍କ ଘରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ତଦନ୍ତକାରୀ ଅଧିକାରୀ ମାନେ ପୀଡିତାଙ୍କ ଘରେ ପହଞ୍ଚି ଉକ୍ତ ପରିବାରର ସମସ୍ତ ବିବରଣୀ ସଂଗ୍ରହ କରିଛନ୍ତି । ଏପରିକି ସରକାରଙ୍କ ବିଭିନ୍ନ ଯୋଜନାରେ କିଭଳି ପରିବାରକୁ ସାମିଲ କରାଯାଇପାରିବ ସେନେଇ ଚେଷ୍ଟା କରାଯିବ ବୋଲି ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details