ଓଡିଶା

odisha

ETV Bharat / state

ଇଟିଭି ଭାରତ ପ୍ରଭାବ, ବକେୟା ଟଙ୍କା ଫେରି ପାଇଲେ 17 ସୁରକ୍ଷାକର୍ମୀ - ମହାନଦୀ ବ୍ରିଜ ନିର୍ମାଣକାରୀ ସଂସ୍ଥା

ଇଟିଭି ଭାରତରେ ଖବର ପ୍ରସାରଣ ପରେ ବକେୟା ଥିବା ଅଢେଇ ଲକ୍ଷ ଟଙ୍କା ପାଇଲେ 17 ଜଣ ସୁରକ୍ଷା କର୍ମଚାରୀ । ଦୀର୍ଘ ମାସରୁ ବକେୟା ପ୍ରାପ୍ୟକୁ ନେଇ ଟାଳଟୁଳ କରୁଥିଲା ମହାନଦୀ ବ୍ରିଜ ନିର୍ମାଣକାରୀ ସଂସ୍ଥା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 6, 2019, 8:28 PM IST

ବୌଦ୍ଧ: ଇଟିଭି ଭାରତରେ ଖବର ପ୍ରସାରଣର କେଇ ଘଣ୍ଟା ମଧ୍ୟରେ ଦୀର୍ଘ ମାସରୁ ବକେୟା ପ୍ରାପ୍ୟକୁ ନେଇ ଟାଳଟୁଳ କରୁଥିବା କମ୍ପାନୀ ଶେଷରେ କର୍ମଚାରୀଙ୍କ ଟଙ୍କା ପଇଠ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗତ ଏକ ବର୍ଷରୁ ଅଧିକ ସମୟ ହେଲା ମହାନଦୀ ବ୍ରିଜ ନିର୍ମାଣକାରୀ ସଂସ୍ଥା 17 ଜଣ ସୁରକ୍ଷା କର୍ମଚାରୀଙ୍କ ପ୍ରାପ୍ୟ ଅର୍ଥକୁ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା । ଏନେଇ ବୌଦ୍ଧ ଶ୍ରମ ଅଧିକାରୀଙ୍କ ନିକଟରେ ଦୀର୍ଘ ଛଅମାସ ହେଲା ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ଗୁରବାର ମଧ୍ୟ ଏହି ସଂସ୍ଥା ଟଙ୍କା ନଦେବାକୁ ଚେଷ୍ଟା କରୁଥିବା ବେଳେ ଈଟିଭି ଭାରତ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କିତ ଖବରକୁ ପ୍ରକାଶ କରିଥିଲା ।

ଇଟିଭି ଭାରତରେ ଖବର ପ୍ରସାରଣପରେ ଶୁକ୍ରବାର ବାଧ୍ୟ ହୋଇ କମ୍ପାନୀ କତ୍ତୃପକ୍ଷ 17 ଜଣ ଗରିବ ଶ୍ରମିକଙ୍କ ବକେୟା ବାବଦ ପ୍ରାପ୍ୟ ଅଢେଇ ଲକ୍ଷ ଟଙ୍କା ଶ୍ରମ ଅଧିକାରୀ ନରେନ୍ଦ୍ର ରାଇକାଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଗରିବ ଶ୍ରମିକମାନେ ନିଜ ସମସ୍ତ ବକେୟା ଟଙ୍କା ପାଇ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details