ବୌଦ୍ଧ: ଲକଡାଉନ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଇପିଏଫ ପେନସନଧାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ଏମିତିରେ ବୁଧବାର ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଶାଖା ପକ୍ଷରୁ ମଧ୍ୟ ଅନୁରୂପ ଭାବରେ ଇପିଏଫ ପେନସନର୍ସମାନେ ଏକତ୍ରିତ ହୋଇ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ଇପିଏଫ ପେନସନର୍ସ ଆସୋସିଏସନର ଦାବିପତ୍ର ପ୍ରଦାନ - ବୌଦ୍ଧରେ ଇପିଏଫ ପେନସନଧାରୀଙ୍କ ଆନ୍ଦୋଳନ
ଲକଡାଉନ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଇପିଏଫ ପେନସନଧାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ଏମିତିରେ ବୁଧବାର ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କୁ ଇପିଏଫ ପେନସନର୍ସ ଆସୋସିଏସନର ଦାବିପତ୍ର ପ୍ରଦାନ
ବୌଦ୍ଧ ଜିଲ୍ଲାର ଉଠା ଜଳସେଚନ ବିଭାଗ, ଫରେଷ୍ଟ କର୍ପୋରେସନ, ସମବାୟ ଓ ଅନ୍ୟାନ୍ୟ ବିଭାଗର ପ୍ରାୟ ଦୁଇ ହଜାର ପେନସନଧାରୀ ରହିଥିବା ବେଳେ ସେମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଜଣାପଡିଛି । ଦାବିପତ୍ରରେ ବିଶେଷ ଭାବରେ ଖୋସରା କମିଟିର ସୁପାରିଶକୁ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ପୂରଣ ନେଇ ଉଲ୍ଲେଖ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ