ଓଡିଶା

odisha

By

Published : Aug 23, 2019, 8:12 PM IST

ETV Bharat / state

ବିପର୍ଯ୍ୟସ୍ତ ବିଦ୍ୟୁତ ସେବାରେ ହନ୍ତସନ୍ତ ବୌଦ୍ଧ

ଅଘୋଷିତ ବିଦ୍ୟୁତ କାଟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସମସ୍ୟା ଯୋଗୁ ହନ୍ତସନ୍ତ ବୌଦ୍ଧ ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବିଦ୍ୟୁତ ସମସ୍ୟାକୁ ନେଇ ହନ୍ତସନ୍ତ ବୌଦ୍ଧ ଜିଲ୍ଲାବାସୀ । ଏହି ସମସ୍ୟା ନେଇ ବହୁବାର ଜିଲ୍ଲାବାସୀ ଅଭିଯୋଗ କରିବା ସତ୍ତ୍ବେ ଫଳ ଏବେବି ଶୂନ । ତେବେ ସମସ୍ୟାର ଶୀଘ୍ର ସମାଧାନ ନହେଲେ ଜନ ଆନ୍ଦୋଳନ ସୃଷ୍ଟି ହେବା ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧ ଜିଲ୍ଲା ଗଠନର ପଚିଶ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟା ପୂର୍ବ ଭଳି ଲାଗିରହିଛି । ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ବୌଦ୍ଧ ଓ ପୁରୁଣା କଟକ ଆଦି ଚାରିଟି ସ୍ଥାନରେ ସେକ୍ସନ ରହିଥିବା ବେଳେ ବୌଦ୍ଧ ଓ ମନମୁଣ୍ଡାରେ ସବଡିଭିଜନ ପ୍ରତିଷ୍ଠା ହୋଇଛି ।

କିନ୍ତୁ ଏବେ ଅଘୋଷିତ ବିଦ୍ୟୁତ କାଟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସମ୍ପର୍କରେ ଆମ ଈଟିଭି ଭାରତ ଅନୁସନ୍ଧାନ କରିଥିଲେ । ଆଉ ଯେଉଁ ସବୁ ତଥ୍ୟ ସାମନାକୁ ଆସିଲା ତାହା ସରକାରଙ୍କ ବିଚିତ୍ର ବ୍ୟବସ୍ଥାର ଅସଲ ଚିତ୍ରକୁ ପଦାରେ ପକାଇଛି ।


ଗତ ଏଗାର ବର୍ଷ ତଳେ ଅର୍ଥାତ ୨୦୦୮ ମସିହାରେ ବୌଦ୍ଧ ବିଦ୍ୟୁତ ଡିଭିଜନରେ ପ୍ରାୟ ୧୫୦ ଜଣ ଷ୍ଟାଫ ଜିଲ୍ଲାର 22 ହଜାର ଉପଭୋକ୍ତାଙ୍କୁ ସେବା ଦେଉଥିଲେ । କିନ୍ତୁ ସରକାରଙ୍କ ବିଭିନ୍ନ ଯୋଜନା (ସୌଭାଗ୍ୟ, ବିଜୁଜ୍ୟୋତି, ଇନ୍ଦିରା ଜ୍ୟୋତି, ବିପିଏଲ,ଏଲଆଇ,ମେଗା) ମାଧ୍ୟମରେ ଏବେ ଜିଲ୍ଲାର ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତା ରହିଛନ୍ତି ।

ଆଉ ସେମାନଙ୍କୁ ସେବା ଯୋଗାଇବାକୁ ଅଛନ୍ତି 40 ସ୍ଥାୟୀ କର୍ମଚାରୀଙ୍କ ସହିତ 93 ଜଣ ଚୁକ୍ତି ଭିତ୍ତିକ ଠିକା ଶ୍ରମିକ । ଉକ୍ତ ଶ୍ରମିକଙ୍କ ମଧ୍ୟରୁ ପୁଣି 72 ଜଣ 9ଗୋଟି ଷ୍ଟ୍ରକଚରରେ କାର୍ଯ୍ୟରତ । ଫଳରେ ଜିଲ୍ଲାରେ ପାଞ୍ଚ ହଜାର କିଲୋମିଟରରୁ ଉର୍ଦ୍ଧ୍ବ ବିଦ୍ୟୁତସେବା କିଭଳି ମିଳିପାରୁଥିବ ତାହା ସହଜରେ ଅନୁମେୟ ।


ସରକାରଙ୍କ ପ୍ରଦତ୍ତ ଅନେକ ବିଦ୍ୟୁତ ଯନ୍ତ୍ରାଂଶ ଜିଲ୍ଲାକୁ ଆସୁଛି ସତ, କିନ୍ତୁ ତାକୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ପାଓ୍ବାର କଟ୍ ଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ ।

ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଅନବରତ ବିଦ୍ୟୁତ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରାୟ 50 ଲକ୍ଷ ଟଙ୍କାର ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ସ୍ଥାପନ କରାଗଲା । କିନ୍ତୁ ଏହାର ନିର୍ମାଣ ଠିକରେ ହୋଇ ନଥିବାରୁ ଏବେବି ଅଧିକାଂଶ ସମୟରେ ଡାକ୍ତରଖାନାରେ ଅନ୍ଧକାର ରାଜୁତି କରିଥାଏ ।

ଏହାଛଡା ଆହୁରି ଅନେକ ପରିବାରକୁ ଆଜିଯାଏ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ତେବେ ଏସମ୍ପର୍କରେ ଆମ ଇଟିଭି ଭାରତ ପ୍ରତିନିଧି ଉଚ୍ଚ ପଦାଧିକାରୀଙ୍କୁ ପଚାରିବାରୁ ଅତିଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ ଉତ୍ତରରେ କହିଛନ୍ତି ।

ଏପଟେ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details