ବୌଦ୍ଧ: ସନ୍ଧ୍ୟା ହେଲେ ବୌଦ୍ଧ ସଦର ମହକୁମାର ଜାତୀୟ ରାଜପଥରେ ରାଜୁତି କରୁଛି ଅନ୍ଧକାର । ବର୍ଷ ବର୍ଷ ଧରି ଷ୍ଟ୍ରିଟ ଲାଇଟ କିମ୍ବା ହାଇମାକ୍ସ ଲାଇଟ ଜଳୁ ନଥିବାରୁ ସହରରେ ଅପରାଧିକ କାର୍ଯ୍ୟ ବଢୁଥିବା ଅଭିଯୋଗ ହୋଇଛି । ତେବେ ସହରର ପ୍ରବେଶ ପଥର ମୁଖ୍ୟ ଛକର ଯଦି ଏଭଳି ଅବସ୍ଥା ତେବେ ଗାଁ ପରିମଳ ଧୋବା ତୁଠରୁ ଭଳି ଅନୁମାନ କରାଯାଇପାରେ ।
ସୂଚନାମୁତାବକ, ୫୭ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁଁ ବୌଦ୍ଧ ଜିଲ୍ଲା ସଦର ମହକୁମାର ମହାନଦୀ ସେତୁ ଛକ ଠାରୁ ପୁରୁଣା ବ୍ଲକ ଛକ ପର୍ଯ୍ୟନ୍ତ ଦିନ କିମ୍ବା ମାସ ନୁହେଁ, ବର୍ଷ ବର୍ଷ ଧରି ଷ୍ଟ୍ରିଟ ଲାଇଟ କିମ୍ବା ହାଇମାକ୍ସ ଲାଇଟ ଜଳୁ ନାହିଁ । ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ ସଡକ ଦୁର୍ଘଟଣା ଘଟୁଥିବା ସହ ସହରରେ ଚୋରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାତିରେ ଏକ ବିରାଟକାୟ ଅଜଗର ସାପ ରାଜପଥ ଉପରକୁ ଉଠି ଆସିବାରୁ କିଛି ସମୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।