ବୌଦ୍ଧ: ସ୍ବାସ୍ଥ୍ୟସେବାର ପୋଲ୍ ଖୋଲିଲେ ଖୋଦ ରୋଗୀ । ଆଶ୍ଚର୍ଯ୍ୟ ହୋଇଗଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଓ ପ୍ରଶାସନିକ ଅଧିକାରୀ । ଜିଲ୍ଲାରେ କିପରି ‘5T’ କାର୍ଯ୍ୟକ୍ରମ ଚାଲିଛି ତାହା ଆଜି ସର୍ବସମ୍ମୁଖରେ ଖୁଲାସା ହୋଇଛି ।
ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଶୁଶୀଲ କୁମାର ଲୋହାନୀଙ୍କ ବୌଦ୍ଧ ଗସ୍ତ ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ । ଏହି ସମୟରେ ହଠାତ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କମିଶନ ରୋଗୀଙ୍କ ନିକଟକୁ ଯାଇ ହାନିଲାଭ ପଚାରିଥିଲେ । ଉତ୍ତରେ ରୋଗୀ ଡାକ୍ତରଖାନାରେ ଅବ୍ୟବସ୍ଥାକୁ ବଖାଣିଥିଲେ ।