ବୌଦ୍ଧ:ବ୍ଲକର ସର୍ବାଙ୍ଗୀନ ବିକାଶ ପାଇଁ ଏକତ୍ରିତ ହେଲେ ନିର୍ବାଚିତ ଜନ ପ୍ରତିନିଧି । ପଞ୍ଚାୟତ ସମିତିର ଉନ୍ନତି ପାଇଁ ଏକତ୍ରିତ ହୋଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ ନିର୍ବାଚିତ ଜନପ୍ରତିନିଧି । ଆବାସ ଯୋଜନା, ରାସନ କାର୍ଡ ଠାରୁ ନେଇ ସାମାଜିକ ସୁରକ୍ଷା, ରାସ୍ତା ଘାଟ ବିଭିନ୍ନ କ୍ଷେତ୍ରରେ ଆଲୋଚନା କରାଯାଇଛି ।
ବୌଦ୍ଧ ଜିଲ୍ଲାର 22ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ । କିନ୍ତୁ ଅନେକ ଉପାନ୍ତ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ସଠିକ ଭାବେ ସରକାରଙ୍କ କଲ୍ୟାଣକାରୀ ଯୋଜନା ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଶୁକ୍ରବାର ହରଭଙ୍ଗା ବ୍ଲକ ଠାରେ ଅନୁଷ୍ଠିତ ସାଧାରଣ ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ନିର୍ବାଚିତ ପ୍ରତିନିଧି ଏନେଇ ବିସ୍ତୃତ ଆଲୋଚନା କରିଥିଲେ । କିଭଳି ଭାବେ ସମସ୍ତ ଅଞ୍ଚଳରେ ସରକାରୀ ଯୋଜନା ଠିକରେ ପହଞ୍ଚି ପାରିବ ସେନେଇ ଆଲୋଚନା କରିଥିଲେ । ଏନେଇ ହରଭଙ୍ଗା ବ୍ଲକର ଉପାଧ୍ୟକ୍ଷ କହିଛନ୍ତି, " ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭ କରି ରାସନ କାର୍ଡ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା । ଏନେଇ ତୁରନ୍ତ ପହକ୍ଷେପ ନିଆଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ କିପରି ସମସ୍ତ ସମସ୍ୟାର ସମାଧାନ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ। "