ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ୫T ସଚିବ ଭି. କେ ପାଣ୍ଡିଆନ । ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାଣ୍ଡିଆନଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି ବିରୋଧୀ । କଣ୍ଟାମାଳ ବ୍ଲକରେ ତାଙ୍କୁ ବିରୋଧ କରି କଳାପତକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିରୋଧୀଙ୍କ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ୫T ସଚିବ ଭି. କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କଣ୍ଟାମାଳ ବ୍ଲକର ମନମୁଣ୍ଡା, ଆମ୍ବଗାଁ ଠାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାପରେ ବୌଦ୍ଧ ଷ୍ଟାଡିୟମ ଠାରେ ଆୟୋଜିତ ବିଶାଳ ମହିଳା ସମାବେଶରେ ଯୋଗ ଦେଇ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ମିଶନ ଶକ୍ତି, ସିଲେଟ କାଫେ, ଆଳତୀ ଘାଟ ଠାରେ ସଚିବ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେହିପରି ବାମଣ୍ଡା କଲେଜ ଠାରେ ଆୟୋଜିତ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକ୍ରମରେ ସହ ଯୋଗ ଦେଇଥିଲେ । ପୁରୁଣା କଟକ ଠାରେ ଭୈରବୀ ମନ୍ଦିର ପରିଦର୍ଶନ କରିବା ସହିତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି ୫T ସଚିବ ଭି. କେ ପାଣ୍ଡିଆନ ।
ଏହା ମଧ୍ୟ ପଢ଼ନ୍ତୁ:5T ସଚିବଙ୍କ ସୋନପୁର ଗସ୍ତକୁ ବିରୋଧ, କାରକେଡକୁ ଅଣ୍ଡାମାଡ