ବୌଦ୍ଧ:ଜିଲ୍ଲାରେ ଅବହେଳିତ ତଥା ଅନାଥ ଶିଶୁମାନଙ୍କ ଥଇଥାନ ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଶିଶୁ ସୁରକ୍ଷା ସମାଧାନ ଶିବିରରେ 54 ଜଣ ଅନାଥ ଶିଶୁଙ୍କୁ ଉପସ୍ଥାପନ କରାଯାଇଥିବା ସୂଚନା ମିଳିଛି ।
ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଅବହେଳିତ ତଥା ଅନାଥ ଶିଶୁଙ୍କ ଭବିଷ୍ୟତ । କେଉଁଠି ସ୍କୁଲ ପାଚେରୀ ରଙ୍ଗ ଦିଆ କାର୍ଯ୍ୟରେ ତ ଆଉ କେଉଁଠି ଟେଣ୍ଟ ହାଉସ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଏଭଳି ଶିଶୁ । ଏପରିକି ଇଟାଭାଟି ଭଳି କେତେକ ବିପଦପୂର୍ଣ୍ଣ ସ୍ଥାନରେ ମଧ୍ୟ ଅନାଥ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି । ତେବେ ଏଭଳି ଅବହେଳିତ ତଥା ପିତାମାତା ହୀନ ଶିଶୁଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ କରି ସେମାନଙ୍କୁ ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ଅଧିକାର ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା କରିଛି ।