ବୌଦ୍ଧ: ପୌଷ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ବୌଦ୍ଧ ଜିଲ୍ଲାରେ ପୌଷ ପୂର୍ଣ୍ଣିମା ପାଇଁ ସବୁଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଏହି ଅବସରରେ ଜିଲ୍ଲାର ସଂଗ୍ରହାଳୟ ପରିସରରେ ଚାଇଲ୍ଡ ଲାଇନ ଓ ୱାଇସିଡିଏର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀଙ୍କୁ ନେଇ 'ଇ-ଉଡାନ' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଗୋଟିଏ ପଟରେ ଗାଁ ଠାରୁ ସହର ପୌଷ ପୂର୍ଣ୍ଣିମା ପାଳନ ଅନ୍ୟପଟେ ଇ-ଉଡାନ କାର୍ଯ୍ୟକ୍ରମ ସହରବାସୀଙ୍କ ମଧ୍ୟରେ ଅନନ୍ଦ ଆଣିଦେଇଛି । ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ନେଇ ନିଆରା ଢଙ୍ଗରେ ଇ- ଉଡାନ କାର୍ଯ୍ୟକ୍ରମ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶିଶୁମାନଙ୍କ ଗହଣରେ ନିଜ ପୁରୁଣା ସ୍ମୃତି ବାଣ୍ଟିଥିଲେ ।