ବୌଦ୍ଧ:ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଇଥିବା ବେଳେ ବୌଦ୍ଧ ଲକଡପାଜୁ ଜଙ୍ଗଲରେ ଡିନାମାଇଟ ବିସ୍ଫୋରଣ(Dynamite Blast in Lakadpaju Forest) । ଅଳ୍ପକେ ବର୍ତ୍ତିଲେ 50ରୁ ଅଧିକ ଜଙ୍ଗଲ ବିଭାଗ କର୍ମଚାରୀ । ଗଞ୍ଜେଇ ଚାଷ ନଷ୍ଟ ପାଇଁ ଯାଉଥିବା ଟିମ ଗାଡିକୁ ଉଡାଇବା ପାଇଁ ଯୋଜନା କରାଯାଇଥିବା ଆଶଙ୍କା କରାଯାଉଛି ।
ସୂଚନା ମୁତାବକ, ଲକଡ଼ପାଜୁ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ବନ ବିଭାଗ କୌଣସି ସୁତ୍ରରୁ ଖବର ପାଇଥିଲା । ରବିବାର ଟିକରପଡା ପଞ୍ଚାୟତର ଦୁର୍ଗମ ଲକଡପାଜୁ ନିକଟବର୍ତ୍ତୀ ଜଙ୍ଗଲରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ ପାଇଁ ବନ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ଗାଡି ଯୋଗେ ଯାଉଥିଲେ । ଏହି ସମୟରେ ଗାଡି ନିକଟରେ ଦୁଇଟି ଡିନାମାଇଟ ଜିଲୋଟିନ ବିସ୍ଫୋରଣ ହେବାରୁ ସମସ୍ତ କର୍ମଚାରୀମାନେ ଫେରିଆସି ଥିବାବେଳେ ସମସ୍ତ ପଚାଶ ଜଣ ବନ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।