ଓଡିଶା

odisha

ETV Bharat / state

ନବମ ଶ୍ରେଣୀ ଛାତ୍ରୀ ନିଖୋଜ ମାମଲା, ଆକ୍ସନ ନେବ ପ୍ରଶାସନ

ବୌଦ୍ଧ ଆଢେଣୀଗଡ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ଛାତ୍ରୀ ନିବାସର ଦାୟିତ୍ବରେ ଥିବା ମ୍ୟାଟ୍ରନ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଅଧିକ ପଢନ୍ତୁ...

ନବମ ଶ୍ରେଣୀ ଛାତ୍ରୀ ନିଖୋଜ ମାମଲା, ଆକ୍ସନ ନେବ ପ୍ରଶାସନ
ନବମ ଶ୍ରେଣୀ ଛାତ୍ରୀ ନିଖୋଜ ମାମଲା, ଆକ୍ସନ ନେବ ପ୍ରଶାସନ

By

Published : Jan 14, 2020, 2:12 PM IST

ବୌଦ୍ଧ: ଜିଲ୍ଲା ହରଭଙ୍ଗା ବ୍ଲକ ଆଢେଣୀଗଡ ବିଦ୍ୟାଳୟର ଛାତ୍ରୀ ନିବାସରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା । ଦାୟିତ୍ବରେ ଥିବା ପରିଚାଳିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।

ନବମ ଶ୍ରେଣୀ ଛାତ୍ରୀ ନିଖୋଜ ମାମଲା, ଆକ୍ସନ ନେବ ପ୍ରଶାସନ

ସୂଚନା ଥାଉକି, ବଘିଆପଡା ଅଞ୍ଚଳର ଜନୈକା ଛାତ୍ରୀ ଆଢେଣୀଗଡର ଛାତ୍ରୀ ନିବାସରେ ରହି ପାଠ ପଢୁଥିଲା । କିନ୍ତୁ ହଠାତ ଗତ ଦଶ ତାରିଖରେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲା। ତାପର ଦିନ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଣାକଟକ ଅଧିନରେ ଥିବା ଆଢେଣୀଗଡ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ ପରେ ବୌଦ୍ଧ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ।

ନିଖୋଜ ଛାତ୍ରୀକୁ ପୋଲିସ ଉଦ୍ଧାର କରି ସୁଧାର ଗୃହରେ ରଖିଥିବା ସୂଚନା ମିଳିଛି । ଘଟଣାର ତଦନ୍ତ କରି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଛାତ୍ରୀ ନିବାସ ଦାୟିତ୍ବରେ ଥିବା ମ୍ୟାଟ୍ରନଙ୍କ ଅବହେଳାରୁ ଏପରି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଦର୍ଶାଇ ତାଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details