ଓଡିଶା

odisha

ETV Bharat / state

ଲକଡାଉନରେ ଅସହାୟ ବୃଦ୍ଧ ଦମ୍ପତ୍ତି, ସରକାରୀ ସହାୟତାକୁ ଅପେକ୍ଷା - କୋରୋନା ଲକଡାଉନ୍

ଲକଡାଉନ ସମୟରେ ଅସହାୟ ବୌଦ୍ଧ ଦମ୍ପତ୍ତି। ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପ୍ରଶାସନ ନିକଟରେ ଅନୁରୋଧ। ଅଧିକ ଖବର ପଢନ୍ତୁ...

boudha
ଲକଡାଉନ ସମୟରେ ଅସହାୟ ବୃଦ୍ଧ ଦମ୍ପତ୍ତି, ସରକାରୀ ସହାୟତାକୁ ଅପେକ୍ଷା

By

Published : Apr 15, 2020, 11:21 AM IST

ବୌଦ୍ଧ: ଅସହାୟ ଅବସ୍ଥାରେ ବୌଦ୍ଧର ଦୁଇ ବୃଦ୍ଧ ଦମ୍ପତ୍ତି। ଭିକ୍ଷା ବୃତ୍ତି କରି ଯେଣତେଣ ଚଳିଯାଉଥିବା ଏହି ବୃଦ୍ଧ ଦମ୍ପତି ଏବେ ଲକଡାଉନ ଯୋଗୁଁ ସେତକ ମଧ୍ୟ ସଂଗ୍ରହ କରିପାରୁ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହି ଅସହାୟ ଦମ୍ପତିକୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳୁନାହିଁ।

ଲକଡାଉନରେ ଅସହାୟ ବୃଦ୍ଧ ଦମ୍ପତ୍ତି, ସରକାରୀ ସହାୟତାକୁ ଅପେକ୍ଷା

ତେବେ ଭିକ୍ଷା ବୃତ୍ତି କରି ଚଳୁଥିବା ଏହି ଦମ୍ପତ୍ତିକୁ ଆଜି ପର୍ଯ୍ୟନ୍ତ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଅନ୍ୟ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇ ନାହିଁ । ବୃଦ୍ଧା ଲଳିତା ଦୀର୍ଘ ପାଞ୍ଚ ବର୍ଷ ହେଲା ଦୁର୍ଘଟଣା ଗ୍ରସ୍ତ ହୋଇ ଘରେ ଘୋଷାରି ହୋଇ କାଳ କାଟୁଥିବା ବେଳେ ସ୍ବାମୀ ବେଣୁଧର ଦୁଇଚାରି ଖଣ୍ଡ ଗାଁ ବୁଲି କିଛି ଭିକ୍ଷା ମାଗିଲେ ଉଭୟେ ଚଳନ୍ତି ।

ଲକଡାଉନରେ ଅସହାୟ ବୃଦ୍ଧ ଦମ୍ପତ୍ତି, ସରକାରୀ ସହାୟତାକୁ ଅପେକ୍ଷା

ସେପଟେ ତାଙ୍କ ଏକମାତ୍ର ପୁଅ ମଧ୍ୟ ବାପ ମା' କୁ ଅସହାୟ ଅବସ୍ଥାରେ ଛାଡିଦେଇ ଶ୍ବଶୁର ଘରେ ରହୁଛି । ଫଳରେ ଏହି ଅସହାୟ ଦମ୍ପତ୍ତି ଓଳିଏ ଖାଇଲେ ପୁଣି କେତେବେଳେ ଖାଇବେ ତାହା ସୁନିଶ୍ଚିତ ନଥାଏ । ଏବେ କେବଳ ପଞ୍ଚାୟତର ରନ୍ଧା ଖାଦ୍ୟ ଟିକକ ଏମାନଙ୍କୁ ବଞ୍ଚିବାର ଭରସା ଦେଉଛି । ଏହି ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details