ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ପ୍ରତିବାଦରେ ସ୍କୁଲରେ ପଡିଲା ତାଲା - ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଅବ୍ୟବସ୍ଥାକୁ ପ୍ରତିବାଦ କରି ବୌଦ୍ଧ ଜିଲ୍ଲା ପଦ୍ମନପୁର ପଞ୍ଚାୟତର ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡିଲା ତାଲା। ତେବେ ଦୀର୍ଘ ଦିନ ହେବ ପ୍ରଶାସନକୁ ଗୁହାରି କରି ବିଫଳ ହେବା ପରେ ଗ୍ରାମବାସୀମାନେ ଏପରି ପଦକ୍ଷେପ ନେଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

By

Published : Aug 28, 2019, 5:19 PM IST

ବୌଦ୍ଧ: ଅବ୍ୟବସ୍ଥା ଘେରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଗୁହାରୀ ପରେ ମଧ୍ୟ ଶୁଣୁନି ଶିକ୍ଷା ବିଭାଗ। ଶେଷରେ ବୁଧବାର ଗ୍ରାମବାସୀ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇଛନ୍ତି । ବୌଦ୍ଧ ଜିଲ୍ଲା ପଦ୍ମନପୁର ପଞ୍ଚାୟତର ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଥିବାରୁ ଏ ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଗୁହାରି ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଗ୍ରାମବାସୀ କହିଛନ୍ତି । ତେବେ ବିଦ୍ୟାଳୟ ପରିଚାଳନା କମିଟି ପରିବର୍ତ୍ତନ, ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ, ପ୍ରଧାନ ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନ ଭୋଜନରେ ଅନିୟମିତତା ଆଦି ଅଭିଯୋଗ କରି ଆଜି ସ୍କୁଲରେ ତାଲା ପକାଯାଇଛି।

ଖବର ପାଇବା ପରେ ଶିକ୍ଷା ବିଭାଗର ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ରୋକଠୋକ ଜଣାଇଛନ୍ତି ଗ୍ରାମବାସୀ। ବିଭାଗୀୟ ଅଧିକାରୀ ଏସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details