ବୌଦ୍ଧ: ଏହି ମହାମାରୀ ସମୟରେ କୌଣସି ବ୍ୟକ୍ତି ଯେପରି ଭୋକିଲା ନ ରହିବେ ସେ ଉଦ୍ଦେଶ୍ୟରେ ଗରିବ ଅସହାୟଙ୍କୁ ପ୍ରଧାନମନ୍ତ୍ରୀ ଅନ୍ନଦାନ ଯୋଜନାରେ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି । ବିଜେପି ନେତାଙ୍କ ନେତୃତ୍ବରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି । ଯେଉଁ ଲୋକଙ୍କୁ ରାସନ କାର୍ଡ ମିଳିନାହିଁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ରାସନ ସାମଗ୍ରୀ ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।
ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଲା କଣ୍ଟାମାଳ ବିଜେପି
ଗରିବ ଅସହାୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଅନ୍ନଦାନ ଯୋଜନାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ...
ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଲା କଣ୍ଟାମାଳ ବିଜେପି
ଗାଁ ଗାଁ ବୁଲି ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି ବିଜେପିର ବରିଷ୍ଠ ନେତା । ଗୁରୁବାର କଣ୍ଟାମାଳ ବ୍ଲକର ଘିକୁଣ୍ଡି, ଖଟଖଟିଆ, ଯୋଗୀନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେପିର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ତ୍ବରେ କର୍ମୀ ମାନେ ଗରିବ ଅସହାୟ ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । କେତେକ ଗ୍ରାମରେ ଅଧିକାଂଶ ଲୋକଙ୍କ ରାସନ କାର୍ଡ ନଥିବାରୁ ସେମାନେ ଖାଦ୍ୟ ପାଇଁ ବହୁ କଷ୍ଟରେ ଚଳୁଥିବା କହିଛନ୍ତି । ଏହି ରାସନ ପାଇବା ପରେ ସେମାନେ ଖୁସି ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ