ବୌଦ୍ଧ: ହିଟ ଆଣ୍ଡ ରନ ଆଇନକୁ ନେଇ ଡ୍ରାଇଭରମାନଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । ସାରା ଦେଶରେ ବିଭିନ୍ନ ଡ୍ରାଇଭର ସଂଗଠନ ପକ୍ଷରୁ ଏହି ଆଇନକୁ ତୀବ୍ର ବିରୋଧ କରାଯାଉଛି । ସରକାରଙ୍କ ନୂଆ ଆଇନକୁ ରଦ୍ଦ କରିବା ସହ ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲାରେ ଡ୍ରାଇଭର ସଂଘ ପକ୍ଷରୁ ଶୁକ୍ରବାର ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସେପଟେ ଜିଲ୍ଲାରେ ଗାଡ଼ିମୋଟର ବନ୍ଦ ପ୍ରଭାବରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ପୁଣି ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବେସରକାରୀ ଡ୍ରାଇଭର ମହାସଂଘ । ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିବା ସହ ଏସମ୍ପର୍କରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବିଶେଷକରି କେନ୍ଦ୍ର ସରକାରଙ୍କ ନୂତନ ହିଟ ଆଣ୍ଡ ରନ ଆଇନକୁ ନେଇ ଶୁକ୍ରବାର ଠାରୁ ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବେସରକାରୀ ଗାଡ଼ି ଡ୍ରାଇଭର । ଯାହାଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗାଡ଼ିମୋଟର ଚଳାଚଳ ବନ୍ଦ ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆଜି ସୁବର୍ଣ୍ଣପୁରରେ ଷ୍ଟିଅରିଂ ଛାଡ ଆନ୍ଦୋଳନ