ଓଡିଶା

odisha

ମୌସୁମୀ ଆସିଲା ପଛେ ଦୂର ହେଲାନି ପାନୀୟ ଜଳ ସମସ୍ୟା

By

Published : Jun 14, 2020, 1:16 AM IST

ବୌଦ୍ଧ ଜିଲ୍ଲାର ଆମ୍ବଝରୀ, ଶଗଡା, ଗୁନ୍ଦୁଳିଆ, ତଳଗାଁ, ଆଢେଣୀଗଡ ଭଳି ଉପାନ୍ତ ପଞ୍ଚାୟତର ଶତାଧିକ ଅପହଞ୍ଚ ଗ୍ରାମରେ ପାନୀୟଜଳ ପାଇଁ ଆଜି ବି ସ୍ଥାନୀୟ ଅଧିବାସୀ ସଙ୍ଘର୍ଷ କରୁଛନ୍ତି । ମାଇଲ ମାଇଲ ବାଟ ଚାଲି ପାହାଡୀ ଝରଣାର ଶୁଷ୍କ ଶଯ୍ୟାରୁ ଚୂଆଁ ଖୋଳି ପାଣି ସଂଗ୍ରହ କରୁଛନ୍ତି । ଅଧିକ ପଢ଼ନ୍ତୁ...

boudh latest news, drinking water problem in boudh, monsoon effect in boudh, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ପାନୀୟ ଜଳ ସମସ୍ୟା, ବୌଦ୍ଧରେ ମୌସୁମୀ ପ୍ରଭାବ
ମୌସୁମୀ ଆସିଲା ପଛେ ଦୂର ହେଲାନି ପାନୀୟ ଜଳ ସମସ୍ୟା

ବୌଦ୍ଧ: ରାଜ୍ୟରେ ପହଞ୍ଚିଛି ମୌସୁମୀ । ହେଲେ ଏଯାଏଁ ଦୂର ହୋଇ ପାରିନି ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଟ ରୂପ ଧାରଣ କରିଥିବା ପାନୀୟଜଳ ସମସ୍ୟା । ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତରେ ଶତାଧିକ ଅପହଞ୍ଚ ଗ୍ରାମରେ ଆଜି ଯାଏଁ ଲୋକେ ପାନୀୟଜଳ ପାଇଁ ସଙ୍ଘର୍ଷ କରୁଥିବା କଥାକୁ ପ୍ରଶାସନ ମଧ୍ୟ ସ୍ବୀକାର କରିଛି । ହେଲେ ଚଳିତ ବର୍ଷର ମୌସୁମୀ ଆସି ପହଞ୍ଚିବା ସତ୍ତ୍ବେ ଦୂର ହୋଇ ପାରିଲାନି ଏହି ପାନୀୟଜଳ ସମସ୍ୟା ।

ମୌସୁମୀ ଆସିଲା ପଛେ ଦୂର ହେଲାନି ପାନୀୟ ଜଳ ସମସ୍ୟା

ବୌଦ୍ଧ ଜିଲ୍ଲାର ଆମ୍ବଝରୀ, ଶଗଡା, ଗୁନ୍ଦୁଳିଆ, ତଳଗାଁ, ଆଢେଣୀଗଡ ଭଳି ଉପାନ୍ତ ପଞ୍ଚାୟତର ଶତାଧିକ ଅପହଞ୍ଚ ଗ୍ରାମରେ ପାନୀୟଜଳ ପାଇଁ ଆଜି ବି ସ୍ଥାନୀୟ ଅଧିବାସୀ ସଙ୍ଘର୍ଷ କରୁଛନ୍ତି । ମାଇଲ ମାଇଲ ବାଟ ଚାଲି ପାହାଡୀ ଝରଣାର ଶୁଷ୍କ ଶଯ୍ୟାରୁ ଚୂଆଁ ଖୋଳି ପାଣି ସଂଗ୍ରହ କରୁଛନ୍ତି । ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତର ସିଗାଡି, ମାଳତୀ ଗୋଛାପଡା, ଚୁହୁରାକୋଣ, ବାତେପଙ୍ଗା, ବାଡେପଙ୍ଗା ଭଳି ଗାଁଗୁଡିକ ସାଧାରଣ ଜନଜୀବନଠାରୁ ବର୍ଷ ତମାମ ବିଛିନ୍ନ ହୋଇ ରହୁଥିବା ଯୋଗୁଁ ଏଠାକାର ଅଧିବାସୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ।

ଘଟଣାକୁ ବୌଦ୍ଧ ଜିଲ୍ଲାପାଳ ସ୍ବୀକାର କରିବା ସହିତ ଏଭଳି ଅପହଞ୍ଚ ଗାଁକୁ କିଭଳି ବର୍ଷତମାମ ପାନୀୟଜଳ ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ଅନୁଧ୍ୟାନ କରାଯାଉଥିବା ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details