ଓଡିଶା

odisha

ETV Bharat / state

ଅଚଳ ନଳକୂପ, ନାଳ ପାଣି ପିଉଛନ୍ତି ଗମ୍ଭାରୀପଦର ଗ୍ରାମବାସୀ - drinking water problem in gambharipadar village

ବୌଦ୍ଧ ଜିଲ୍ଲା ସଦର ମହକୁମା ମୁର୍ଷୁଣ୍ଢି ପଞ୍ଚାୟତର ଗମ୍ଭାରୀପଦର ଗ୍ରାମବାସୀ ପାନୀୟଜଳ ଅଭାବରୁ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି  ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Nov 14, 2019, 9:15 PM IST

ବୌଦ୍ଧ: ପାନୀୟ ଜଳ ପାଇଁ ଡହଡବିକଳ ଗ୍ରାମବାସୀ । ବୌଦ୍ଧ ଜିଲ୍ଲା ସଦର ମହକୁମା ମୁର୍ଷୁଣ୍ଢି ପଞ୍ଚାୟତର ଗମ୍ଭାରୀପଦର ଗ୍ରାମବାସୀ ପାନୀୟଜଳ ଅଭାବରୁ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଅନୁୟାୟୀ, ଗ୍ରାମରେ ଥିବା ତିନୋଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ ଅବସ୍ଥାରେ ପଡିରହିଥିବା ବେଳେ ଗୋଟିକରୁ ଅତ୍ୟନ୍ତ ମଇଳା ପାଣି ବାହାରୁଛି । ତେବେ ଗ୍ରାମରେ ଥିବା ବିଦ୍ୟାଳୟରେ ମଧ୍ୟ ପାନୀୟ ଜଳର ସମସ୍ୟା ଥିବା କହିଛନ୍ତି ଗ୍ରାମବାସୀ ।

ଏ ସମ୍ପର୍କରେ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଛନ୍ତି । ମାତ୍ର କେହି ନଶୁଣିବାରୁ ବାଧ୍ୟ ହୋଇ ଗାଁ ଲୋକେ ଏକ ନାଳର ପାଣିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଯଥାଶୀଘ୍ର ଏହି ସମସ୍ୟାର ପ୍ରତିକାର କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details