ବୌଦ୍ଧ :ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁରେ ପାନୀୟଜଳ ସଙ୍କଟ । ଗାଁରେ ଓଭରହେଡ ଟାଙ୍କି ନିର୍ମାଣ ହୋଇ ପାନୀୟଜଳ ଯୋଗାଣ ପାଇଁ ପାଇପ ବିଛା ହୋଇଛି । ହେଲେ ଦିନଟିଏ ମଧ୍ୟ ଏଥିରେ ପାନୀୟଜଳ ଯୋଗାଣ ହୋଇପାରି ନାହିଁ । ଏଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ସାନବଙ୍କାପଡାର ଦୃଶ୍ୟ । ଏଠାରେ ଥିବା ତିନୋଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ ହୋଇପଡିଥିବା ବେଳେ ଦୀର୍ଘ ବର୍ଷରୁ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡିରହିଛି ।
ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁରେ ପାନୀୟଜଳ ସଙ୍କଟ - ଜଳ ସମସ୍ୟା
ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁରେ ପାନୀୟଜଳ ସଙ୍କଟ । ଶୁଣୁ ନାହାଁନ୍ତି ବିଭାଗୀୟ ଅଧିକାରୀ । ଦୂଷିତ ଜଳ ବ୍ୟବହାର କରୁଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...
ସାନବଙ୍କାପଡାର ଆଦିବାସୀ ବସ୍ତିର ଶତାଧିକ ପରିବାର ବର୍ତ୍ତମାନ ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ ମଙ୍ଗଳବାର ଦିନ ଗ୍ରାମବାସୀ ଜିଲ୍ଲାପାଳ ଓ ଜଳଯୋଗାଣ ଅଧିକାରୀଙ୍କୁ ଭେଟି ଗୁହାରି ଜଣାଇଥିଲେ । ସେପଟେ ବୌଦ୍ଧ ଜିଲ୍ଲାର ଉପାନ୍ତ ଗୁନ୍ଦୁଳିଆ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତିଲପଙ୍ଗା ଅଞ୍ଚଳରେ ଦୀର୍ଘ ଦିନ ହେଲା ପାନୀୟଜଳ ସମସ୍ୟା ହେତୁ ସ୍ଥାନୀୟ ଲୋକେ ଚୂଆରୁ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଖୁବଶିଘ୍ର ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ