ଓଡିଶା

odisha

ETV Bharat / state

ପିଇବା ପାଣି ପାଇଁ ହନ୍ତସନ୍ତ ବୌଦ୍ଧର ବାଉଁଶୁଣୀ ପଞ୍ଚାୟତ - ପାନୀୟ ଜଳଯୋଗାଣ ପ୍ରକଳ୍ପ

ସୌରଶକ୍ତି ଚାଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତରେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି । ଲୋକମାନେ ବ୍ୟବହାର କରୁଛନ୍ତି ନଦୀ ପାଣି ।

ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

By

Published : Nov 6, 2019, 11:54 AM IST

ବୌଦ୍ଧ: ବର୍ଷା ଦିନରେ ବି ପିଇବା ପାଣିର ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ । ଦୀର୍ଘବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ନହେବାରୁ ସ୍ଥାନୀୟ ଜନସାଧାରଣ ପାଣି ପାଇଁ ବଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଉଁଶୁଣୀରେ କାର୍ଯ୍ୟକ୍ଷମ ହେଉନାହିଁ ସୌରଶକ୍ତି ଚାଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତ ସଦର ଗଡଭିତର ବସ୍ତିର ଲୋକଙ୍କ ପାନୀୟ ଜଳକଷ୍ଟ ଦୂର ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସୌରଶକ୍ତି ଚାଳିତ ଭୂତଳ ଜଳ ପ୍ରକଳ୍ପ । କିନ୍ତୁ ନିର୍ମାଣର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ନହୋଇ ପଡିରହିଛି । ସ୍ଥାନୀୟ ବାସିନ୍ଦା ମହାନଦୀକୁ ଯାଇ ପାଣି ବୋହି ଆଣି ବ୍ୟବହାର କରୁଥିବା କହିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ତାଙ୍କ ଦୃଷ୍ଟିକୁ ଆସିଛି ଓ ଆଗାମୀ ଦିନରେ ଏହାର ସମାଧାନ କରାଯିବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details