ଓଡିଶା

odisha

ETV Bharat / state

ଜଳକଷ୍ଟ: ଗରା ବାଲ୍ଟି ନେଇ ଜିଲ୍ଲାପାଳ ଅଫିସରେ ବସ୍ତି ମହିଳା - ଗରା-ବାଲ୍ଟି ବିକ୍ଷୋଭ ପ୍ରଦର୍ଶନ

ରାସ୍ତା ସଂପ୍ରସାରଣ ଯୋଗୁଁ ପାନୀୟ ଜଳ ସଙ୍କଟ । ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବସ୍ତିବାସିନ୍ଦା । ଅଧିକ ପଢନ୍ତୁ...

water problem
ପାଣି ସମସ୍ୟାରେ ବୌଦ୍ଧର ପୌରାଞ୍ଚଳ

By

Published : Dec 18, 2019, 9:52 PM IST

ବୌଦ୍ଧ: ଜିଲ୍ଲା ସଦର ମହକୁମାର ପୌରାଞ୍ଚଳରେ ଜଳ ସଙ୍କଟ । କଚେରୀ ଛକରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ସଂପ୍ରସାରଣ କାର୍ଯ୍ୟ ଯୋଗୁଁ ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟ ନିକଟ ବସ୍ତି ଅଞ୍ଚଳରେ ଏବେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।

ପାଣି ସମସ୍ୟାରେ ବୌଦ୍ଧର ପୌରାଞ୍ଚଳ
ରାସ୍ତା କଡରେ ଥିବା ନଳକୂପ ଓ ପାଇପକୁ ଉଠାଇ ଦିଆଯାଇଥିବାରୁ ପାଇପ ଫାଟି ଘରୋଇ ଜଳଯୋଗାଣରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଫଳରେ 9 ଓ 10 ନମ୍ବର ୱାର୍ଡର ବସ୍ତିବାସିନ୍ଦା ପାଣି ଟିକକ ପାଇଁ ହନ୍ତସନ୍ତ ହେଉଛି । ଆଜି ଗରା, ବାଲ୍ଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାକୁ ଅବରୋଧ କରିଥିଲେ । ପରେ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ପରେ ଏକ ଟ୍ୟାଙ୍କର ଯୋଗେ ବସ୍ତିବାସିନ୍ଦାଙ୍କୁ ସାମୟିକ ଭାବେ ଜଳଯୋଗାଣ କରାଯାଇଛି । କିନ୍ତୁ ଆଗାମୀ ସପ୍ତାହେ ମଧ୍ୟରେ ଯଦି ଏହି ସମସ୍ୟା ଦୂର ନ ହୁଏ, ତେବେ ପୁଣି ବସ୍ତିବାସିନ୍ଦା ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details