ଓଡିଶା

odisha

ETV Bharat / state

ବୌଦ୍ଧରେ ସାଙ୍ଘାତିକ ହେଉଛି ପାନୀୟଜଳ ସମସ୍ୟା

ବୌଦ୍ଧ ଜିଲ୍ଲାରେ ଉତ୍କଟ ହୋଇଛି ପାନୀୟଜଳ ସଙ୍କଟ । ପରିସ୍ଥିତି ଏପରି ହୋଇଛି ଯେ, ପାଣି ମୁନ୍ଦାଏ ପାଇଁ ବିଭିନ୍ନ ଉପାନ୍ତ ଅଞ୍ଚଳର ଅଧିବାସୀଙ୍କୁ ଅନେକ କିଲୋମିଟର ବାଟ ଚାଲିବାକୁ ପଡୁଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ପାନୀୟଜଳର ଉତ୍କଟ ସମସ୍ୟା
ବୌଦ୍ଧ ଜିଲ୍ଲାରେ ପାନୀୟଜଳର ଉତ୍କଟ ସମସ୍ୟା

By

Published : Apr 15, 2022, 8:33 PM IST

ବୌଦ୍ଧ: ଜିଲ୍ଲାରେ ଉତ୍କଟ ହୋଇଛି ପାନୀୟଜଳ ସଙ୍କଟ । ପରିସ୍ଥିତି ଏପରି ହୋଇଛି ଯେ, ପାଣି ମୁନ୍ଦାଏ ପାଇଁ ବିଭିନ୍ନ ଉପାନ୍ତ ଅଞ୍ଚଳର ଅଧିବାସୀଙ୍କୁ ଅନେକ କିଲୋମିଟର ବାଟ ଚାଲିବାକୁ ପଡୁଛି । ବୌଦ୍ଧ ଜିଲ୍ଲା ମହାନଦୀ କୂଳରେ ଥାଇ ମଧ୍ୟ ଅନେକ ସ୍ଥାନରେ ପାନୀୟ ଜଳର ସଙ୍କଟ ଲାଗି ରହୁଛି । ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ, ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାରଦ ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ପାନୀୟ ଜଳର ସଙ୍କଟ ସମସ୍ତଙ୍କୁ ଚିନ୍ତିତ କରିଛି ।

ବୌଦ୍ଧ ଜିଲ୍ଲାରେ ପାନୀୟଜଳର ଉତ୍କଟ ସମସ୍ୟା

ଉପାନ୍ତ ଅଞ୍ଚଳର କଥା ଛାଡନ୍ତୁ ଖୋଦ ଜିଲ୍ଲା ସଦର ମହକୁମାର ଉଭୟ ପାର୍ଶ୍ଵକୁ ଲାଗି ରହିଥିବା ମୁର୍ଷୁଣ୍ଢି ଓ ସରସରା ପଞ୍ଚାୟତରେ ପାନୀୟଜଳର ସମସ୍ୟା ଲାଗି ରହିଛି । ସରସରା ପଞ୍ଚାୟତର ବଙ୍କାପଡା, ବାଗବର, କାଲେଶ୍ବର, ମାଉଳିସିଙ୍ଗା ଭଳି ଗ୍ରାମର ଲୋକଙ୍କୁ ପାନୀୟଜଳ ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିବାକୁ ପଡୁଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details