ଓଡିଶା

odisha

ETV Bharat / state

Water Crisis: ବୌଦ୍ଧରେ ଉତ୍କଟ ପାନୀୟ ସମସ୍ୟା, ଫେଲ ମାରିଛି ବସୁଧା ଯୋଜନା - ବୌଦ୍ଧ ଜିଲ୍ଲାରେ ଉତ୍କଟ ପାନୀୟ ଜଳ ସମସ୍ୟା

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଫଳରେ ସାଧାରଣ ଜନଜୀବନକୁ ପ୍ରଭାବିତ କରୁଥିବା ସମୟରେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖା ଦେଇଛି । ଆଉ ଏଭଳି ସମୟରେ ବିଭାଗୀୟ ଦୁର୍ନୀତି ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି । ଅଧିକ ପଢନ୍ତୁ

ବୌଦ୍ଧରେ ଉତ୍କଟ ପାନୀୟ ସମସ୍ୟା, ଫେଲ ମାରିଛି ବସୁଧା ଯୋଜନା
ବୌଦ୍ଧରେ ଉତ୍କଟ ପାନୀୟ ସମସ୍ୟା, ଫେଲ ମାରିଛି ବସୁଧା ଯୋଜନା

By

Published : Apr 18, 2022, 11:15 AM IST

ବୌଦ୍ଧ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଫଳରେ ସାଧାରଣ ଜନଜୀବନକୁ ପ୍ରଭାବିତ କରୁଥିବା ସମୟରେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖା ଦେଇଛି । ଆଉ ଏଭଳି ସମୟରେ ବିଭାଗୀୟ ଦୁର୍ନୀତି ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି । ତେବେ ବୌଦ୍ଧ ଜିଲ୍ଲାରେ ଗତ ୨୦ ଦିନ ହେଲାଣି ପାରଦ ୪୨ ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଦିନ ୧୦ଟା ପରେ ପ୍ରଚଣ୍ଡ ଖରା ଯୋଗୁଁ ରାସ୍ତାଘାଟ ଖାଲି ହୋଇ ଯାଉଛି । ଖୁଣ୍ଟିଗୋରା ଠାରୁ ତଳଗାଁ ପର୍ଯ୍ୟନ୍ତ ପଞ୍ଚାୟତରେ ବର୍ତ୍ତମାନ ଖରା ସାଙ୍ଗକୁ ପାନୀୟଜଳର ସଙ୍କଟ ସମସ୍ତଙ୍କୁ ଚିନ୍ତିତ କରିଛି । ମହାନଦୀ ସମେତ ତେଲନଦୀ, ବାଘନଦୀ, ସାଲୁଙ୍କୀନଦୀ ଭଳି ନଦୀନାଳ ଶୁଖି ଯିବାକୁ ବସିଥିବା ବେଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି ।

ବୌଦ୍ଧରେ ଉତ୍କଟ ପାନୀୟ ସମସ୍ୟା, ଫେଲ ମାରିଛି ବସୁଧା ଯୋଜନା

ଏହା ଛଡା ଜିଲ୍ଲାର ଜଗତୀ ଓ ଲୋକାପଡା ଠାରେ ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଏଭଳି ସଙ୍କଟ ସମୟରେ ଆରଡବ୍ଲୁଏସଏସ ବିଭାଗର ଠିକାଦାର ପ୍ରିୟାପ୍ରିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ବର୍ତ୍ତମାନ ଅଭିଯୋଗ ହୋଇଛି । ଟେଣ୍ଡର ଫିକ୍ସିଂ ଓ ବ୍ୟାପକ ଅନିୟମିତତା କରାଯାଇ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ସହିତ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details