ଓଡିଶା

odisha

ETV Bharat / state

ପାନୀୟଜଳରୁ ବଞ୍ଚିତ ମହାନଦୀ କୂଳରେ ଥିବା ହରଭଙ୍ଗା ବ୍ଲକବାସୀ

ବୌଦ୍ଧ ଜିଲ୍ଲାରେ ମହାନଦୀ ସମେତ ତେଲନଦୀ, ବାଘନଦୀ ଓ ସାଲୁଙ୍କୀ ଭଳି ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ପାନୀୟଜଳ ପାଇଁ ଅଧିକାଂଶ ସମୟରେ ଲୋକେ ଜଳ କଷ୍ଟର ସମ୍ମୁଖୀନ ହୋଇଥାନ୍ତି । ନେଇ ତୁରନ୍ତ ହରଭଙ୍ଗା ବ୍ଲକରେ ବୃହତ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଅଧିକ ପଢନ୍ତୁ...

By

Published : Dec 22, 2020, 11:46 AM IST

ପାନୀୟଜଳରୁ ବଞ୍ଚିତ ମହାନଦୀ କୂଳରେ ଥିବା ହରଭଙ୍ଗା ବ୍ଲକବାସୀ
ପାନୀୟଜଳରୁ ବଞ୍ଚିତ ମହାନଦୀ କୂଳରେ ଥିବା ହରଭଙ୍ଗା ବ୍ଲକବାସୀ

ବୌଦ୍ଧ: ଶୀତ ଋତୁ ଆରମ୍ଭରୁ ଦେଖାଦେଲାଣି ପାନୀୟ ଜଳର ସଙ୍କଟ । ବୌଦ୍ଧ ଜିଲ୍ଲାରେ ମହାନଦୀ ସମେତ ତେଲନଦୀ, ବାଘନଦୀ ଓ ସାଲୁଙ୍କୀ ଭଳି ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ପାନୀୟଜଳ ପାଇଁ ଅଧିକାଂଶ ସମୟରେ ଲୋକେ ଜଳ କଷ୍ଟର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ବୌଦ୍ଧ ବ୍ଲକର ଚନ୍ଦ୍ର ପୁର ଓ କଣ୍ଟାମାଳ ବ୍ଲକର ଲୋକାପଡାଠାରେ ମେଗା ପାନୀୟଜଳ ପ୍ରକଳ୍ପ ଯୋଜନା ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ପ୍ରକଳ୍ପ କାର୍ଯ୍ୟ ଏଲ ଏଣ୍ଡ ଟି କମ୍ପାନୀ ଦ୍ବାରା ନିର୍ମାଣାଧୀନ ରହିଛି ।

ପାନୀୟଜଳରୁ ବଞ୍ଚିତ ମହାନଦୀ କୂଳରେ ଥିବା ହରଭଙ୍ଗା ବ୍ଲକବାସୀ

ତେବେ ପାନୀୟଜଳ ପାଇଁ ହରଭଙ୍ଗା ବ୍ଲକବାସୀ ଚିରକାଳ ଅବହେଳିତ ହୋଇ ରହିଥିବା ଅଭିଯୋଗ ହୋଇଛି । ପାନୀୟଜଳ ସମସ୍ୟା ଯୋଗୁଁ କିଡନୀ ରୋଗ ମହାମାରୀର ରୂପ ଧାରଣ କରିଥିବା ବେଳେ ବ୍ଲକରେ କୌଣସି ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ନହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏପରିକି ପଞ୍ଚାୟତ ସ୍ତରରେ ଥିବା ପାନୀୟଜଳ ପ୍ରକଳ୍ପ ଗୁଡିକ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଅଚଳ ହୋଇ ପଡି ରହିଛି ।

ଖୋଦ ହରଭଙ୍ଗା ପଞ୍ଚାୟତର ସରପଞ୍ଚ ବିଭାଗୀୟ ଯନ୍ତ୍ରୀଙ୍କ ଉଦାସୀନତା ତଥା ମନୋମୁଖି କାର୍ଯ୍ୟକୁ ଦାୟୀ କରିଛନ୍ତି ଲୋକେ । ଏନେଇ ତୁରନ୍ତ ହରଭଙ୍ଗା ବ୍ଲକରେ ବୃହତ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details