ବୌଦ୍ଧ: ଜିଲ୍ଲାରେ ଗତ ସାତ ଦିନ ହେଲାଣି ପାରଦ ଚାଳିଶି ଡିଗ୍ରୀ ଉପରେ ରହିଛି । ଗୋଟିଏ ପଟରେ ବନାଗ୍ନି ଯୋଗୁଁ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟରେ ମହାନଦୀରେ ଦେଖାଗଲାଣି ଉତ୍କଟ ଜଳସଙ୍କଟ । ଯାହାଫଳରେ ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିଛି ଜିଲ୍ଲାରେ । ଏଠିକାର ବାସିନ୍ଦା ପାଣି ଉପରେ ନିର୍ଭର କରୁଥିବା କୂଅ, ନଦୀ, ପାେଖରୀ ପ୍ରଚଣ୍ଡ ଖରାରେ ଶୁଖିଗଲାଣି । ଗ୍ରୀଷ୍ମ ପ୍ରବାହର ଲହରରେ ଏସବୁ ପୁଷ୍କରଣୀ ଶୁଖି ଏକ ପ୍ରକାର ମରୁଭୂମି ପାଲଟି ଯାଇଛି ।
ଅନ୍ୟପକ୍ଷରେ ଭିନ୍ନ ଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଉତ୍ତାପ ଆହୁରି ବୃଦ୍ଧି ପାଉଛି । ବୌଦ୍ଧ ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ମହାନଦୀ ବି ବର୍ତ୍ତମାନ ଶୁଖିଯିବାକୁ ବସିଲାଣି । କେବଳ ଅଳ୍ପ ଧାରରେ ମହାନଦୀର ଜଳପ୍ରବାହ ହେଉଛି । ଫଳରେ ସାଧାରଣ ଲୋକ ଗାଧେଇବା ପାଇଁ ପ୍ରଚଣ୍ଡ ଖରାର ବାଲିରେ ଦୀର୍ଘ ବାଟ ଚାଲି ଚାଲି ଯାଉଛନ୍ତି ।